ଚେନ୍ନାଇ:ତାମିଲନାଡୁରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ବିଜୟୀ ଦେବା ପରେ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କୋରୋନା ମହାମାରୀ ପାଇଁ ବିଜୟ ଉତ୍ସବକୁ ସାଧାରଣ ଭାବରେ ପାଳନ କରାଯିବ ବୋଲି କହିଛନ୍ତି ଷ୍ଟାଲିନ ।
ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ମୋର ଏ ବିଜୟ ପାଇଁ ମୁଁ ତାମିଲନାଡୁ ବାସୀଙ୍କୁ ଧନ୍ୟବାଦ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ଆମେ ଧୀରେ ଧୀରେ ପୂରଣ କରିବୁ ବୋଲି କହିଛନ୍ତି ଏମକେ ମୁଖ୍ୟ ଏମକେ ଷ୍ଟାଲିନ । ଏହା ସହିତ କୋରୋନା ମହାମାରୀ ପାଇଁ ବିଜୟୀ ଉତ୍ସବକୁ ନିରାଡମ୍ବର ଭାବରେ ପାଳନ କରାଯିବ ଓ କିଛି ଦିନ ପରେ ଉତ୍ସବର ଦିନ ଘୋଷଣା କରାଯିବ । ଏହା ସହିତ ଦଳ ନବନିର୍ବାଚିତ ବିଧାୟକଙ୍କ ସହିତ ଏକ ବୈଠକ କରିବ । ଏହା ପରେ ଦଳର ଚେୟାରମ୍ୟାନଙ୍କୁ ଚୟନ କରାଯିବ ।