ଓଡିଶା

odisha

ETV Bharat / bharat

Maharshtra Political Crisis: ସିନ୍ଦେ ହାତେଇବେ କି ଶିବସେନା ଦଳର ପ୍ରତୀକ ? - ମହାରାଷ୍ଟ୍ର ରାଜନୈତିକ ବିବାଦ

ସିନ୍ଦେଙ୍କ ବିଦ୍ରୋହ ଡାକରା ପରେ ଟଳମଳ ମହାରାଷ୍ଟ୍ର ଗାଦି । ସିନ୍ଦେଙ୍କ ନିକଟରେ ବହୁ ବିଧାୟକଙ୍କ ସମର୍ଥନ ଥିବା ବେଳେ ସେ ଶିବସେନା ଦଳର ପ୍ରତୀକ ଓ ନାମ ହାତେଇବେ ବୋଲି ଚର୍ଚ୍ଚା ହେଉଛି । ତେବେ ଶିବସେନାର ନୂଆ ନେତା କିଏ ହେବେ ସେ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଅଧିକ ପଢନ୍ତୁ

Maharshtra Political Crisis: ସିନ୍ଦେ ହାତେଇବେ କି ଶିବସେନା ଦଳର ପ୍ରତୀକ ?
Maharshtra Political Crisis: ସିନ୍ଦେ ହାତେଇବେ କି ଶିବସେନା ଦଳର ପ୍ରତୀକ ?

By

Published : Jun 25, 2022, 12:25 PM IST

ମୁମ୍ବାଇ:ଟଳମଳ ହେଉଛି ମହାରାଷ୍ଟ୍ର ସରକାରଙ୍କ ଗାଦି । ବଢିବାରେ ଲାଗିଛି ଶିବସେନା ନେତାଙ୍କ ଟେନସନ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ଡାକରାରେ ଦୁଇ ଭାଗ ହୋଇଛି ଦଳ । ସିନ୍ଦେ ଗ୍ରୁପ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଛନ୍ତି । ଏହାରି ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଛି କିଏ ନେବେ ଶିବସେନାର ନେତୃତ୍ବ ? କଣ ସିନ୍ଧେ ଶିବସେନାର ମୁଖ୍ୟ ହେବେ ? ଏଭଳି କଳ୍ପନା ଜଳ୍ପନା ମଧ୍ୟରେ ସିନ୍ଦେ ବିଧାନସଭାର ଡେପୁଟି ବାଚସ୍ପତିଙ୍କୁ ଏକ ଚିଠି ପଠାଇବେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ସେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବରେ ମାନ୍ୟତା ଦେବା ପାଇଁ ଉଲ୍ଲେଖ କରିବେ ବୋଲି ଜଣାପଡ଼ିଛି ।

ସିନ୍ଦେ ଶିବସେନାର ନିର୍ବାଚନ ପ୍ରତୀକ ଧନୁତୀର ପାଇବେ କି ନାହିଁ ସେନେଇ ବିଭିନ୍ନ ସମ୍ଭାବନା ପ୍ରକାଶ ପାଇଛି । ୧୯୮୮ ମସିହାରେ ନିର୍ବାଚନ ଆୟୋଗ (ECI) ସମସ୍ତ ରାଜନୈତିକ ଦଳକୁ ଭିନ୍ନ ନିର୍ବାଚନ ସଙ୍କେତ ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ସେହି ସମୟରେ ଶିବସେନା ମୁଖ୍ୟ ବାଲାସାହେବ ଠାକରେ ତାଙ୍କ ସହକର୍ମୀଙ୍କୁ ଧନୁ ଏବଂ ତୀର ଚିହ୍ନ ପାଇଲେ ଭଲ ହେବ ବୋଲି କହିଥିଲେ । ସେହି ଅନୁଯାୟୀ ଶିବସେନାର ତତ୍କାଳୀନ ସାଧାରଣ ସମ୍ପାଦକ ସୁଭାଷ ଦେଶାଇ, ବାଲକ୍ରିଷ୍ଣା ଯୋଶୀ ଏବଂ ବିଜୟ ନାଡକର୍ଣ୍ଣି ଦିଲ୍ଲୀ ଯାଇଥିଲେ ଏବଂ ପାର୍ଟି ପଞ୍ଜିକରଣ ସହିତ ସେମାନେ ଦଳ ପାଇଁ ନିର୍ବାଚନ ସଙ୍କେତ 'ଧନୁତୀର' ପାଇଥିଲେ ।

ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଦଳ ନିର୍ବାଚନ ଲାଗି ଅଲଗା ଦଳୀୟ ସଙ୍କେତ ପାଇଥିଲେ । ନିର୍ବାଚନ ପ୍ରତୀକ ପାଇବା ପୂର୍ବରୁ ଶିବସେନା ଉଦୀୟ ସୂର୍ଯ୍ୟ, ନଡିଆ, ଖଣ୍ଡା ଏବଂ ରେଳ ଇଞ୍ଜିନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ସେତେବେଳେ ଶିବସେନା ରାଜ୍ୟ ସ୍ତରରେ ସମସ୍ତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁନଥିଲେ । ବିଧାନସଭା ବିଭାଜନ ପାଇଁ ଦୁଇ ତୃତୀୟାଂଶ ବିଧାୟକଙ୍କ ଆବଶ୍ୟକତା ରହିଛି । କେବଳ ସେତେବେଳେ ନୂତନ ଦଳକୁ ସ୍ବୀକୃତି ଦିଆଯିବ ଯେତେବେଳେ ସେମାନେ ବିଚ୍ଛିନ୍ନତା ଉପରେ ପ୍ରତିବନ୍ଧକ ଲଗାଇବେ ନାହିଁ ।

ଯଦି ଦଳର ସରକାରୀ ପ୍ରତୀକ ଏବଂ ନାମ ଆବଶ୍ୟକ ହୁଏ ତେବେ ଏଠାରେ ସିନ୍ଦେଙ୍କୁ ଦୁଇ-ତୃତୀୟାଂଶ ସର୍ତ୍ତକୁ ପୂରଣ କରିବାକୁ ପଡିବ । ନଚେତ ଗୋଷ୍ଠୀ ଯେତେ ଛୋଟ ହୋଇଥାଉ ନା କାହିଁକି ଦଳର ନାମ ଏବଂ ପ୍ରତୀକ ମୂଳ ଗୋଷ୍ଠୀ ସହିତ ରହିବ । ତେବେ ଏବେ ସିନ୍ଦେଙ୍କ ଟିମରେ ବହୁସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ABOUT THE AUTHOR

...view details