କୋଲକାତା: ସିବିଆଇ ଟାର୍ଗେଟରେ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ । SSC ନିଯୁକ୍ତି ଦୁର୍ନୀତି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରୁଛି । କୌଣସି ମୂହୁର୍ତ୍ତରେ ସିବିଆଇ ତାଙ୍କୁ ଗିରଫ ମଧ୍ୟ କରିପାରେ । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ CBI ଏସଏସସି ନିଯୁକ୍ତି ଘୋଟାଲାରେ ସିବିଆର ତାର ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ବଡବଡିଆଙ୍କୁ ପଚରାଉଚରା କରିସାରିଛି । ସିବିଆଇ ସୂତ୍ର ଅନୁଯାୟୀ, ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରମାଣ ଆଧାରରେ ଅନୁସନ୍ଧାନକାରୀମାନେ ଆସନ୍ତାକାଲି (ବୁଧବାର) ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି । ଯଦିଓ ସିବିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇନାହିଁ, ତେବେ ସୂଚନା ରହିଛି ଯେ ଚାଟାର୍ଜୀଙ୍କୁ CBI ପଚରାଉଚରା ପାଇଁ ଡାକିବ । ଯାହା ତାଙ୍କୁ ଜେଲ୍ ଚାରିକାନ୍ଥରେ ପହଞ୍ଚାଇବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ କୋଲକାତା ହାଇକୋର୍ଟର ଜଷ୍ଟିସ୍ ଅଭିଜିତ୍ ଗାଙ୍ଗୁଲି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ, ଆବଶ୍ୟକ ପଡିଲେ CBI ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରିପାରିବ । ଗତ ସପ୍ତାହରେ ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରାଯାଇଥିଲା । ସେ କିଛି ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବେ ଦେଇନଥିଲେ । ଫଳରେ ତଦନ୍ତକାରୀ ଦଳ ତାଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ତୃଣମୂଳ କଂଗ୍ରେସର ମହାସଚିବଙ୍କୁ ପୁଣି ଥରେ ପଚରାଉଚରା ପାଇଁ ଡକା ଯାଇଛି ।