ଓଡିଶା

odisha

ETV Bharat / bharat

ପତ୍ନୀଙ୍କୁ ହତ୍ୟା ମାମଲାରେ ହୋଇଥିଲା 10ବର୍ଷ ଜେଲ, ପିଲାଙ୍କ ପାଇଁ କମିଲା ଦଣ୍ଡବିଧାନ - ଦୋଷୀଙ୍କ ଉପରେ ଦୁଇ ଝିଅଙ୍କ ରକ୍ଷଣବେକ୍ଷଣା ଦାୟିତ୍ବ

କ୍ରୋଧାନ୍ବିତ ହୋଇ ପତ୍ନୀକୁ ହତ୍ୟା କରିଥିଲେ ଜଣେ ବ୍ୟକ୍ତି । ଏହାକୁ ନେଇ କୋର୍ଟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ (Wife murder convict sentenced jail in Maharashtra ) । ଅଧିକ ପଢ଼ନ୍ତୁ

Wife murder convict sentenced jail in Maharashtra gets five years imprisonment instead of ten years for future of daughter
ଦୁଇ ଝିଅଙ୍କ ରକ୍ଷଣବେକ୍ଷଣା ଦାୟିତ୍ବ, ପତ୍ନୀ ହତ୍ୟା ଦୋଷୀଙ୍କ କମିଲା ଦଣ୍ଡାଦେଶ

By

Published : Oct 26, 2022, 10:04 PM IST

ମୁମ୍ବାଇ:ଘରୋଇ କଳିରେ କ୍ରୋଧାନ୍ବିତ ହୋଇ ପତ୍ନୀକୁ ହତ୍ୟା କରିଥିଲେ ଜଣେ ବ୍ୟକ୍ତି । ଏହାକୁ ନେଇ କୋର୍ଟ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ (Wife murder convict sentenced jail in Maharashtra ) । ତେବେ ତାଙ୍କ ଦୁଇଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କ ଦଣ୍ଡାଦେଶକୁ ୧୦ ବର୍ଷରୁ ୫ ବର୍ଷକୁ କମାଇ ଦେଇଛନ୍ତି ବମ୍ବେ ସେସନ କୋର୍ଟ ।

କିଛି ଦିନ ପୂର୍ବରୁ ବ୍ରିଜେଶ କୁମାର ପ୍ରସାଦ ନାମକ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ କଳି ଲାଗି ରହୁଥିଲା । ଦିନେ ଏହି ଘରୋଇ କଳି ଉଗ୍ର ରୂପ ନେଇଥିଲା । ତାଙ୍କ ପତ୍ନୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ନିଜକୁ ରକ୍ଷା କରିବାକୁ ଯାଇ ସେ ପତ୍ନୀଙ୍କୁ ଏକ ଚାପୁ଼ଡା ମାରିଥିଲେ । ଏଥିରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାକୁ ନେଇ ବ୍ରିଜେଶ କୁମାର ପ୍ରସାଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ।

ଏହି ମାମଲାର ଶୁଣାଣି କରି କୋର୍ଟଙ୍କ ପ୍ରଥମେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ । ଉଦ୍ଦେଶ୍ୟହୀନ ଭାବରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ କୋର୍ଟ ଶୁଣାଣି କରିଥିଲେ । ଏଣୁ ତାଙ୍କୁ ୧୦ ବର୍ଷ ହିଁ ଜେଲ୍‌ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଅଭିଯୁକ୍ତଙ୍କ ଦୁଇଜଣ ଛୋଟ ଝିଅ ରହିଥିବାରୁ ଜେଲ ଦଣ୍ଡକୁ କମାଇଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଅଭିଯୁକ୍ତଙ୍କ ଓକିଲ ।

କୋର୍ଟ ଏହି ଆବେଦନର ଶୁଣାଣି କରି ପୁନଃ ଏହି ମାମଲାର ଶୁଣାଣି କରିଥିଲେ । ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ବ୍ରିଜେଶ କୁମାରଙ୍କ ଦଣ୍ଡକୁ ୫ ବର୍ଷ କମାଇ ଦେଇଛନ୍ତି । ବମ୍ବେ ସେସନ କୋର୍ଟର ବିଚାରପତି ଏବି ଶର୍ମା ଏହି ଶୁଣାଣି କରିଛନ୍ତି । ବର୍ତ୍ତମାନ ଝିଅଙ୍କ ଦାୟିତ୍ବ ବ୍ରିଜେଶ କୁମାରଙ୍କ ହାତରେ ରହିଥିବାରୁ ଏଭଳି ଶୁଣାଣି କରିଛନ୍ତି କୋର୍ଟ ।

ABOUT THE AUTHOR

...view details