ଚଣ୍ତିଗଡ:ଟଙ୍କା ପାଇଁ ତୁଚ୍ଛ ହେଲା ସ୍ବାମୀ ସ୍ତ୍ରୀର ସାତ ଜନ୍ମର ସମ୍ପର୍କ । ବୀମା ଟଙ୍କା ପାଇଁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟିଛି ପଞ୍ଜାବର (Amritsar) ଅମୃତସରରେ । ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି ।
ସୂଚନା ଅନୁସାରେ,ପଞ୍ଜାବ ଅମୃତସର ବୁଲାରାର (Bulara village in Amritsar) ନିବାସୀ ମନଜୀତ ସିଂ । ଦୀର୍ଘ ୨୦ ବର୍ଷ ଧରି ମନଜିତ ଅସୁସ୍ଥ ଥିବ କାରଣରୁ ଟଙ୍କା ପଇସା ପାଇଁ ସ୍ବାମୀ ଓ ସ୍ତ୍ରୀ ନରିନ୍ଦର କୈର (Narinder Kaur)ଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ । ହେଲେ ଗତ ୫ ତାରିଖ ଦିନ ସ୍ବାମୀ ମନଜିତଙ୍କ ଔଷଧ ଆଣିବାକୁ ଉଭୟେ ସ୍ବାମୀ-ସ୍ତ୍ରୀ ବଜାରକୁ ଯାଇଥିଲେ । ନରିନ୍ଦର କୈର ଜଣେ ବୀମା ଏଜେଣ୍ଟ(insurance agent) ହୋଇଥିବାରୁ ସେ ନିଜ ସ୍ବାମୀଙ୍କ ନାଁରେ ବୀମା ମଧ୍ୟ କରିଥିଲେ ।