ଓଡିଶା

odisha

ETV Bharat / bharat

ଧରାପଡିଗଲା ଚୋରାପିରତି, ପ୍ରେମିକ ସହ ମିଶି ସ୍ବାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

Wife killed husband: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ବେଙ୍ଗାଲୁରୁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଉଭୟଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 13, 2024, 9:04 PM IST

Wife killed husband with her lover
ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ବେଙ୍ଗାଲୁରୁ:ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ତଦନ୍ତ ପରେ ଉଭୟ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରିଛି ପୋଲିସ । ବେଙ୍ଗାଲୁରୁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଭେଙ୍କଟରମଣ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ନନ୍ଦିନୀ ଓ ନନ୍ଦିନୀଙ୍କ ପ୍ରେମିକ ନିତିଶ କୁମାର । ସୂଚନା ଅନୁସାରେ, ଭେଙ୍କଟରମଣ ନାଏକଙ୍କ ବୟସ ୩୫ ବର୍ଷ ହୋଇଥିବାବେଳେ ସେ ଜଣେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । ସେକ୍ଟର ୨ ସ୍ଥିତ ଏକ ବିଲଡିଂରେ ସେ ରାତ୍ରି ଜଗୁଆଳି ଥିଲେ । ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି । ହେଲେ ଏନେଇ ପୋଲିସକୁ ମିଛ ବୟାନ ଦେବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ନନ୍ଦିନୀ ।

ଭେଙ୍କଟରମଣଙ୍କ ମୃତଦେହ ସକାଳୁ ସକାଳୁ ବାଥରୁମରୁ ମିଳିଥିବା ନେଇ ପୋଲିସକୁ କହିଥିଲେ ନନ୍ଦିନୀ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ନନ୍ଦିନୀ ଏବଂ ନିତିଶଙ୍କ ପିଲାଦିନରୁ ଉଭୟଙ୍କୁ ବେଶ ଭଲ ଭାବରେ ଜାଣିଥିଲେ । ଏପରିକି ନନ୍ଦିନୀଙ୍କ ବିବାହ ପରେ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଅନେକ ସମୟରେ ଆସିଥାନ୍ତି ନିତିଶ । ଗତ ୬ ତାରିଖରେ ଭେଙ୍କଟରମଣ ଘରେ ନଥିବାବେଳେ ନନ୍ଦିନୀ ନିତିଶଙ୍କୁ ଘରକୁ ଆସିବାକୁ କହିଥିଲେ । ଆଉ ନିତିଶ ମଧ୍ୟ ନନ୍ଦିନୀଙ୍କ ପାଖରେ ଆସି ପହଞ୍ଚିଥିଲେ । ହେଲେ ଅଚାନକ ସେହି ସମୟରେ ଘରେ ପହଞ୍ଚି ଯାଇଥିଲେ ଭେଙ୍କଟରମଣ ।

ଏହା ମଧ୍ୟ ପଢନ୍ତୁ...4 ବର୍ଷର ପୁଅକୁ ହତ୍ୟା କଲା ମାଆ, ସୁଟକେଶରେ ପୁରାଇ ଗୋଆରୁ କର୍ଣ୍ଣାଟକ ଆଣିଲା

ଏହା ମଧ୍ୟ ପଢନ୍ତୁ...ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ଛୁରାମାଡ଼, ଅଭିଯୁକ୍ତକୁ ୧୦ ବର୍ଷ ସଜ୍ଜା

ଏହା ମଧ୍ୟ ପଢନ୍ତୁ...ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟକାଣ୍ଡ, ପତ୍ନୀ ଓ 3 ଶିଶୁକୁ ହତ୍ୟା କଲା ସ୍ବାମୀ

ତେବେ ଉଭୟଙ୍କୁ ଏକାଠି ଦେଖିବା ପରେ ଆପତ୍ତି କରିଥିଲେ ଭେଙ୍କଟରମଣ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି କାରଣରୁ ଭେଙ୍କଟରମଣଙ୍କ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଆଉ ଘଟଣାସ୍ଥଳରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ଯେଉଁଥିପାଇଁ ତାଙ୍କୁ ବାଥରୁମରେ ଫିଙ୍ଗି ଦେଇଥିଲେ ଉଭୟ ନନ୍ଦିନୀ ଓ ନିତିଶ ।

ABOUT THE AUTHOR

...view details