ହାଇଦ୍ରାବାଦ:ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଘରେ ପଛପଟେ ପୋତି ଦେଲା ସ୍ତ୍ରୀ (wife killed husband)। ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ନିଗାସାନ କୋଟୱାଲୀ ଅଞ୍ଚଳରୁ । ତଦନ୍ତ ଆଧାରରେ ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରିବା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ଇନ୍ସପେକ୍ଟର ଅରୁଣ କୁମାର ସିଂଙ୍କ ଅନୁଯାୟୀ, ଡିସେମ୍ବର 30ରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲେ ପ୍ରେମୀ ଯୁଗଳ (wife killed husband)। ସ୍ଥାନୀୟ ବନଓ୍ବାରୀ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ପତ୍ନୀ ଜୁଲିକୁ ଜେରା କରିବା ବେଳେ ଏହା ଏକ ପରକୀୟା ପ୍ରୀତି ସମ୍ପର୍କିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ପତ୍ନୀ ଜୁଲି ତାର ପ୍ରେମିକ ସନ୍ତୋଷ କୁମାର ପାଲ ସହୟତାରେ ସ୍ବାମୀ ବନଓ୍ବାରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରେମୀ ଯୁଗଳ ମୃତଦେହକୁ ଘର ପଛପଟେ ପୋତି ଦେଇଥିଲେ ।