ମୁମ୍ବାଇ:ପୁଣେରେ ନର୍ସଙ୍କୁ ବିବାହ କରିବା ପାଇଁ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା କଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବମୀକୁ ଗିରଫ କଲା ପୋଲିସ (husband arrested for killed wife) । ଗିରଫ ହୋଇଥିବା ଅଭିଯୁକ୍ତର ନାମ ସ୍ବପ୍ନିଲ ବିଭିଷଣ ଓ ସେ ତାର ସ୍ତ୍ରୀ ପ୍ରିୟଙ୍କା ସ୍ବାଓ୍ବନ୍ତଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ରକ୍ତଚାପ ଓ ସୁଗାର ଚିକିତ୍ସା ପାଇଁ ଇଞ୍ଜେକସନ ଆଳରେ ସେ ନିଜ ସ୍ତ୍ରୀ ପ୍ରିୟଙ୍କାକୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।
ତଦନ୍ତ ପରେ ଘଟଣା ନେଇ ପୋଲିସ କହିଛି, ପତ୍ନୀ ପ୍ରିୟଙ୍କା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ନିୟମିତ ଇଞ୍ଜେକସନ ନେଉଥିଲେ । ଯାହାର ସୁଯୋଗ ନେଇ ସ୍ବାମୀ ତଥା ଅଭିଯୁକ୍ତ ସ୍ବପ୍ନିଲ ସେ କାର୍ଯ୍ୟରତ ଥିବା ଏକ ଘରୋଇ ହସ୍ପିଟାଲରୁ ବିଷାକ୍ତ ଇଞ୍ଜେକସନ ଆଣିଥଲା । ତେବେ ନିଜେ ସ୍ବପ୍ନିଲ ହିଁ ସ୍ତ୍ରୀ ପ୍ରିୟଙ୍କାକୁ ଦୁଇଟି ବିଷାକ୍ତ ଇଞ୍ଜେକସନ ଦେଇଥିଲା । ସେପଟେ ଅଭିଯୁକ୍ତ ସନ୍ଦେହରୁ ବର୍ତ୍ତିବା ପାଇଁ ଗୁରୁତର ଅବସ୍ଥାରେ ପତ୍ନୀକୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରିଥିଲା । ମାତ୍ର କିଛି ସମୟ ପରେ ପ୍ରିୟଙ୍କାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।