ଗାନ୍ଧୀନଗର:ଅସହ୍ୟ ହେଲା ମଦ୍ୟପ ସ୍ଵାମୀର ଯନ୍ତ୍ରଣା । ସବୁ ଦିନ ପାଇଁ ଝଗଡା ବନ୍ଦ କରିବାକୁ ଏମିତି ଷଡଯନ୍ତ୍ର ରଚିଲା ସ୍ତ୍ରୀ । ମଦ ପିଇ ଝଗଡା କରିବାରୁ ସ୍ବାମୀକୁ ମୃତ୍ୟୁ ପାଖକୁ ଟାଣି ନେଲା ସ୍ତ୍ରୀ । ଅଟୋ ପଛ ପଟେ ଦଉଡିରେ ବାନ୍ଧି ବିଚ୍ ରାସ୍ତାରେ ଅତି ନିର୍ମମ ଭାବରେ 500 ମିଟର ଘୋଷାଡି ଘୋଷାଡି ନେଲା । ହଁ ଏମିତି ଦୃଶ୍ୟ ହୁଏତ ଆପଣ ଫିଲ୍ମ କିମ୍ବା ସିରିଏଲରେ ଦେଖିଥିବେ । କିନ୍ତୁ ସତ ସତିକା ଏମିତି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟ ସୁରଟର କଡୋଦରା ଅଞ୍ଚଳରେ ।
ମଦ୍ୟପ ସ୍ବାମୀକୁ ପାନେ, ମଦ ପିଇ ଝଗଡା କରିବାରୁ ମୃତ୍ୟୁ ପାଖକୁ ଟାଣି ନେଲା ସ୍ତ୍ରୀ
ଅସହ୍ୟ ହେଲା ମଦ୍ୟପ ସ୍ଵାମୀର ଯନ୍ତ୍ରଣା । ସବୁ ଦିନ ପାଇଁ ଝଗଡା ବନ୍ଦ କରିବାକୁ ଏମିତି ଷଡଯନ୍ତ୍ର ରଚିଲା ସ୍ତ୍ରୀ । ଅଟୋ ପଛ ପଟେ ଦଉଡିରେ ବାନ୍ଧି ବିଚ୍ ରାସ୍ତାରେ ଅତି ନିର୍ମମ ଭାବରେ 500 ମିଟର ଘୋଷାଡି ଘୋଷାଡି ନେଲା ।
ପାରିବାରିକ କଳହର କରୁଣ ପରିଣତି । ଯେଉଁଠି ସ୍ବାମୀ ମଦ ପିଇ ଘରକୁ ଫେରି ସ୍ତ୍ରୀ ସହ ଝଗଡା କରିଥିଲା । ଏପରିକି କଥା କଟାକଟି ମଧ୍ୟରେ ସ୍ତ୍ରୀକୁ ଧକ୍କା ମାରିଥିଲା । ଯାହାକୁ ସହ୍ୟ କରିପାରିନଥିଲେ ସୀତଲ ରାଥୋଡ । ସ୍ବାମୀଙ୍କୁ ଉଚିତ ଶିକ୍ଷା ଦେବାକୁ ନେଇଥିଲେ ନିଜ ଭାଇର ସାହାଯ୍ୟ । ଭାଇ ଅନିଲ ଚୌହାନ ନିଜ ଅଟୋ ଧରି ପହଞ୍ଚିଥିଲେ ସୀତଲଙ୍କ ଘରେ । ଆଉ ସେହି ଗାଡିର ପଛରେ ଏକ ଦଉଡି ସାହାଯ୍ୟରେ ସ୍ବାମୀକୁ ଘୋଷାଡି ଘୋଷାଡି ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ନେଇଥିଲେ । ଫଳରେ ଉକ୍ତ ବ୍ୟକ୍ତି ଜଣଙ୍କ ଗଭୀର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଉଭୟ ମହିଳା ଓ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କ ଭାଇଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।