ଚୁରୁ:ପ୍ରେମର ସୁନ୍ଦର ଆକର୍ଷଣୀୟ ପ୍ରତୀକ ଆଗ୍ରାର ତାଜମହଲ । ଶାହଜାହାନ ନିଜ ବେଗମ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ସେହିଭଳି ଆଉ ଏକ ଅମର ପ୍ରେମର ସୌଧ ରହିଛି ରାଜସ୍ଥାନର ଚୁରୁ ଜିଲ୍ଲାରେ । ଫରକ କେବଳ ଏତିକି କି, ଏହାକୁ ଜଣେ ପତ୍ନୀ ତାଙ୍କ ପତିଙ୍କ ସ୍ମୃତିରେ ଗଢିଥିଲେ । ଯାହାକି ବିଲକୁଲ ତାଜମହଲ ଭଳି ଦୃଶ୍ୟମାନ । ଦୁଧବାଖରାରେ ରହିଥିବା ଏହି ଭବ୍ୟ ଇମାରତକୁ ସେଠ ହାଜରିମାଲଙ୍କ ପତ୍ନୀ ସରସ୍ବତୀ ଦେବୀ ଏବଂ ତାଙ୍କ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି । ଏହି ସୌଧ ପ୍ରାୟ 70 ବର୍ଷ ପୁରୁଣା ।
ମାର୍ବଲ ପଥରରେ ତିଆରି ଏହି ଅଟ୍ଟାଳିକାରେ ପଥରଗୁଡିକୁ ସଂଯୋଗ କରିବା ପାଇଁ କଂକ୍ରିଟ ଗ୍ରାଭେଲ୍ କିମ୍ବା ସିମେଣ୍ଟ ବ୍ୟବହୃତ ହୋଇନାହିଁ । ଏହି ସୌଧ ପାଖରେ ଏକ ଧର୍ମଶାଳା ଓ କୁଅ ରହିଛି, ଯେପରି ଯାତ୍ରୀ ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ ବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଠାରେ ଏକ ଶିବ ମନ୍ଦିର ବି ରହିଛି । ଶ୍ରାବଣ ମାସରେ ଓ ଶିବରାତ୍ରରେ ଏଠାରେ ସ୍ବତନ୍ତ୍ର ଆୟୋଜନ ହୋଇଥାଏ ।