ଓଡିଶା

odisha

ETV Bharat / bharat

ଓଢ଼ଣା ଆଢ଼ୁଆଳରେ ଗୁଟ୍‌ଖା ଲୁଚାଇ ଖାଉଥିଲା ସ୍ତ୍ରୀ, ବାପଘରେ ନେଇ ଛାଡ଼ି ଆସିଲା ସ୍ୱାମୀ

Gutkha Eating Wife: ବାହାଘର ପରେ ଗୁଟ୍‌କା ଖାଉଥିଲେ ସ୍ତ୍ରୀ । ଏ କଥା ସ୍ବାମୀ ଜାଣିପାରି ନବ ବିବାହିତା ସ୍ତ୍ରୀକୁ ନେଇ ବାପଘରେ ଛାଡି ଆସିଲେ ସ୍ବାମୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 26, 2023, 12:01 PM IST

Etv Bharat
Etv Bharat

ଲକ୍ଷ୍ନୌ:ଓଢ଼ଣା ଭିତରେ ମୁହଁକୁ ଲୁଚାଇ ଗୁଟ୍‌ଖା ଖାଉଥିଲେ ସ୍ତ୍ରୀ । ଗୁଟ୍‌ଖା ଚୋବେଇ ଘରେ ଏଣେତେଣେ ଛେପ ପକାଉଥିଲେ । ଏ କଥା ଜାଣିବା ପରେ ସ୍ତ୍ରୀକୁ ନେଇ ବାପଘରେ ଛାଡି ଆସିଲା ସ୍ବାମୀ । ଗୁଟ୍‌କା ଖିଆ ସ୍ତ୍ରୀ ସହ ଆଉ ଏକାଠି ରହିବେନି ବୋଲି ସଫା ସଫା ଶୁଣାଇ ଦେଲେ । ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ତେବେ ଯୁବକ ଜଣକ ନିଜ ସ୍ତ୍ରୀକୁ ଗୁଟ୍‌ଖା ଛାଡିବାକୁ ବହୁଥର ବୁଝାସୁଝା କରିଥିଲେ । ତଥାପି ସ୍ତ୍ରୀ ନିଜେ ଯାଇ ଦୋକାନରୁ ଗୁଟ୍‌ଖା କିଣି ଖାଇବା ପରେ ସାହି ପଡ଼ିଶା ଟାହିଟାପରା କରିବା ଆରମ୍ଭ କରିଦେଇଥିଲେ । ଏଥିରେ ବିରକ୍ତ ହୋଇ ଯୁବକ ନିଜ ସ୍ତ୍ରୀ'ଠାରୁ ଅଲଗା ହେବାକୁ ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଛନ୍ତି ।

୮ ମାସ ତଳେ ଯୁବକଙ୍କ ବିବାହ ହୋଇଥିଲା । ସେ ଜୋତା କାମ କରି ପରିବାର ପୋଷନ୍ତି । ବାହା ହେବା ପରେ ନବ ବିବାହିତ ପତ୍ନୀ ସହ ଖୁବ୍ ଖୁସିରେ ରହୁଥିଲେ ଯୁବକ । ହେଲେ ପତ୍ନୀଙ୍କ ଗୁ୍ଟ୍‌ଖା ନିଶା ଏବେ ତାଙ୍କର ସଂସାର ଭାଙ୍ଗି ଦେଇଛି । ଏନେଇ ଯୁବକ ଜଣକ କୁହନ୍ତି, ବାହାଘରେ ବେଳେ ସେ ସ୍ତ୍ରୀଙ୍କର ଗୁଟଖା ଅଭ୍ୟାସ ବିଷୟରେ ଜାଣିନଥିଲେ । ବାହାଘର ପରେ ଦୁହେଁ ଭାରି ଖୁସିରେ ଥିଲେ । ହେଲେ କିଛି ଦିନ ପରେ ତାଙ୍କ ସ୍ତ୍ରୀ ଗୁଟଖା ଖାଉଥିବାର ଜାଣିବାକୁ ପାଇଲେ । ସ୍ତ୍ରୀ ଗୁଟଖା ଖାଇ ଘର ଭିତରେ ଏଠିସେଠି ଛେପ ପକାଉଥିଲେ ଓ ଅଳିଆ କରୁଥିଲେ । ଏଥିପାଇଁ ସେ ଖୁବ୍ ବିରକ୍ତ ହେଉଥିଲେ । ଅନେକ ଥର ସ୍ତ୍ରୀକୁ ଗୁଟ୍‌କା ନ ଖାଇବାକୁ ବୁଝାଇଥିଲେ । ହେଲେ ସେ ଶୁଣିବା ବଦଳରେ ଓଲଟା ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ମୁସଲିମ ଧର୍ମ ଗ୍ରହଣ କରିଥିବା ଘୋଷଣା କଲେ ହିନ୍ଦୁ ଯୁବକ, ମୁସଲିମ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ଅଭିଯୋଗ ସହ ଥାନାରେ ପତ୍ନୀ

ନବୁଝିବାରୁ ଯୁବକ ନିଜ ସ୍ତ୍ରୀକୁ ତାଙ୍କର ବାପଘରକୁ ପଠାଇ ଦେଇଥିଲେ ଓ ତାଙ୍କ ବାପାମାଆଙ୍କୁ ସବୁ କଥା କହିଥିଲେ । ଏହାପରେ ଆଉ କେବେ ବି ଗୁଟ୍‌ଖା ଖାଇବେନି ବୋଲି ସ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶାଶୁଘରକୁ ଫେରିବା ପରେ ପୁଣିଥରେ ଗୁଟ୍‌କା ଚୋବାଇ ଛେପ ପକାଉଥିଲେ । ତେଣୁ ପୁଣିଥିରେ ଯୁବକ ନିଜ ସ୍ତ୍ରୀକୁ ବାପଘରେ ଛାଡି ଆସିବା ସହ ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ ।

ଯୁବକଙ୍କ କହିବା କଥା, ତାଙ୍କ ସ୍ତ୍ରୀ ନିଜେ ଯାଇ ଦୋକାନରୁ ଗୁଟ୍‌ଖା କିଣି ଆଣନ୍ତି । ଏହାଦେଖି ସାହି ପଡ଼ିଶା ଟାହିଟାପରା କରୁଛନ୍ତି । ପରିବାର ପରାମର୍ଶ କେନ୍ଦ୍ରରେ ପ୍ରଥମ କାଉନସେଲିଂରେ ପତ୍ନୀ ଗୁଟ୍‌ଖା ଖାଇବା ଛାଡ଼ିଦେବ ବୋଲି ଆଶ୍ବସନା ଦେଇଥିଲେ । ହେଲେ ପୁଣିଥରେ ଖାଇଲେ । ଅବୁଝା ପତ୍ନୀଙ୍କ ଉପରେ ବିରକ୍ତ ହୋଇ ଆଉ ତାଙ୍କ ସହ ରହିବେନି ବୋଲି ଯୁବକ ନିଷ୍ପତ୍ତି ନେଇଛନ୍ତି । ପୁନର୍ବାର ପରିବାର ପରାମର୍ଶ କେନ୍ଦ୍ରର ଦ୍ୱାରସ୍ତ ହୋଇଛନ୍ତି ।

ABOUT THE AUTHOR

...view details