ବେଙ୍ଗାଲୁରୁ:ସ୍ତ୍ରୀର ବିଚ୍ଛେଦ ନେଲା ୫ ଜଣଙ୍କ ଜୀବନ । ପତ୍ନୀର ବିୟୋଗକୁ ସହ୍ୟ କରିନପାରି ଶେଷରେ ନିଜ ୪ଟି ସନ୍ତାନ ସହ ବିଷ ପିଇ ଆତ୍ମହତ୍ୟା କରିଛି ହତଭାଗା ସ୍ବାମୀ । ଏଭଳି ଦୁଃଖଦ ଘଟଣା କର୍ଣ୍ଣାଟକ ବେଲାଗଭି ଜିଲ୍ଲାର ବୋରାଗଲ ଗ୍ରାମରେ ଦେଖିବାକୁ ମିଳିଛି ।
ମହିଳା ଜଣକ ବ୍ଲାକ ଫଙ୍ଗସ ଦ୍ବାରା ସଂକ୍ରମିତ ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ସ୍ତ୍ରୀର ବିୟୋଗକୁ ସହଜରେ ଗ୍ରହଣ କରିପାରିନଥିଲା ହତଭାଗା ସ୍ବାମୀ ଗୋପାଳ ହାଦିମନି(୪୬) । ସ୍ତ୍ରୀର ବିଚ୍ଛେଦଠାରୁ ତାଙ୍କୁ ଆତ୍ମହତ୍ୟା ଲାଗିଥିଲା ସହଜ । ଏଥିଲାଗି ସେ ନିଜ ୪ ସନ୍ତାନ ସୌମା(୧୯), ଶ୍ବେତା(୧୬), ସାକ୍ଷୀ(୧୧) ଓ ସୃଜନ(୮)ଙ୍କ ସହ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ।