ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରରେ ଲୋମଟାଙ୍କୁରା ଘଟଣା । ସ୍ବାମୀର ତୃତୀୟ ବିବାହକୁ ନେଇ ରାଗରେ ଜର୍ଜରିତ ହୋଇ ସ୍ତ୍ରୀ ଖେଳିଲା ରକ୍ତର ହୋଲି । ଶେଷରେ ଉତକ୍ଷିପ୍ତ ହେଇ ସ୍ବାମୀର ଯୌନାଙ୍ଗକୁ କାଟି ନିର୍ମମ ଭାବେ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ । ଆଉ ଛଟପଟ ହୋଇ ଜୀବନ ହାରିଲା ସ୍ବାମୀ । ଭୌରକାଲାନା ପୋଲିସ ଷ୍ଟେସନ ଅଞ୍ଚଳର ଶିକରପୁର ଗ୍ରାମରେ ଘଟିଛି ଏହି ଘଟଣା । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳା ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାଇ ସ୍ବାମୀ ଜଣଙ୍କ ପ୍ରଥମ ବିବାହ କରିବା ପରେ ଦ୍ବିତୀୟ ବିବାହ କରିଥିଲେ ଏହା ପରେ ସେ ତୃତୀୟ ବିବାହ କରିବାକୁ ଚାହୁଁଥିବାରୁ ତାଙ୍କ ଦ୍ବିତୀୟ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଥିବା ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ମୁଁ ତାଙ୍କ ଦ୍ବିତୀୟ ସ୍ତ୍ରୀ ମୋର 2 ଜଣ ବିବାହିତ ଓ 2 ଜଣ ଅବିବାହିତ ଝିଅ ଅଛନ୍ତି । ସେ ପ୍ରଥମ ବିବାହ ଆଉ ଜଣଙ୍କୁ ମଧ୍ୟ କରିଥିଲେ ।