ଓଡିଶା

odisha

By ETV Bharat Odisha Team

Published : Sep 19, 2023, 10:56 PM IST

ETV Bharat / bharat

Rajasthan: ବିଧବାଙ୍କୁ ହୋଟେଲରେ କାମ ଦେବା ଆଳରେ 14ଦିନ ଗଣଦୁଷ୍କର୍ମ !

ପୁଣି ଚର୍ଚ୍ଚାରେ ରାଜସ୍ଥାନର ଆଇନ ଶୃଙ୍ଖଳା ବ୍ୟବସ୍ଥା । ବିଧବା ମହିଳାଙ୍କୁ ହୋଟେଲରେ ଚାକିରି ଦେବା ପ୍ରଲୋଭନରେ ଆଣି ନିଶାଦ୍ରବ୍ୟ ଦେଇ ଦୀର୍ଘ 14 ଦିନ ଗଣଦୁଷ୍କର୍ମ । ଅଧିକ ପଢନ୍ତୁ

Rajasthan: ବିଧବାଙ୍କୁ ହୋଟେଲରେ କାମ ଦେବା ଆଳରେ 14 ଦିନ ଗଣଦୁଷ୍କର୍ମ !
Rajasthan: ବିଧବାଙ୍କୁ ହୋଟେଲରେ କାମ ଦେବା ଆଳରେ 14 ଦିନ ଗଣଦୁଷ୍କର୍ମ !

ଜୟପୁର:ଜଣେ ଅସହାୟ ବିଧବା ମହିଳାଙ୍କୁ ହୋଟେଲରେ ଚାକିରି ଦେବା ପ୍ରଲୋଭନରେ ଆଣି ନିଶାଦ୍ରବ୍ୟ ଦେଇ ଦୀର୍ଘ 14 ଦିନ ରଖି ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହନ୍ତି ବରଂ ପ୍ରାୟ 10ରୁ ଅଧିକ ଅଭିଯୁକ୍ତ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି । କୌଣସି ପ୍ରକାର ପୀଡିତାଜଣକ ଉକ୍ତ ହୋଟେଲରୁ ଖସି ପଳାଇବା ପରେ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଗୁଲପଦର ଅଞ୍ଚଳର ଏହି ପୀଡିତାଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ଦୁଇ ପିଲାଙ୍କ ସହ ତାଙ୍କ ବାପ ଘରେ ରହୁଥିଲେ । କିନ୍ତୁ ପାରିବାରିକ ସମସ୍ୟା କାରଣରୁ ସେ କାମ ପାଇଁ କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କୁ କୋସି ରୋଡରେ ଥିବା ଏକ ହୋଟେଲରେ ଚାକିରି ଓ ରହିବା ପାଇଁ ଘର ଦେବା ବାହାନାରେ ଜଣେ ଦଲାଲଙ୍କ ସାହାଯ୍ୟରେ ଅଣାଯାଇଥିଲା । ସେ ଯୋଗାଯୋଗ କରିଥିବା ଜଣେ ବ୍ୟକ୍ତି କିଛି ଲୋକଙ୍କୁ ପଠାଇ ମହିଳାଙ୍କୁ ଅଟୋ ଯୋଗେ ଏହି ହୋଟେଲକୁ ଆଣିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଙ୍କ ଦେଖା ମିଳିନଥିଲା ।

ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିଲା । 14 ଦିନ ହୋଟେଲର ବିଭିନ୍ନ ରୁମରେ ରଖି ପ୍ରାୟ 10 ରୁ 12 ଜଣ ଅଭିଯୁକ୍ତ କ୍ରମାଗତ ଦୁଷ୍କର୍ମ କରିଥିଲେ । ତାଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ ଅଭିଯୁକ୍ତ । କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ହେଲେ କୌଣସି ପ୍ରକାର ସେ ପ୍ରାୟ 14ଦିନ ପରେ ହୋଟେଲରୁ ଖସି ଆସିବାରେ ସଫଳ ହୋଇଥିଲେ ।


ଏହା ମଧ୍ୟ ପଢନ୍ତୁ :- ଅଭିଯୋଗ ନେଇ କାର୍ଯ୍ୟାଳୟ ଆସିଥିବା ବୃଦ୍ଧାଙ୍କୁ ଚା’-ଜଳଖିଆ ଖୁଆଇଲେ SDM, ଅଭିଯୋଗର କଲେ ତୁରନ୍ତ ସମାଧାନ

ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିବା ମାତ୍ରେ କମାଣ୍ଡ ପୋଲିସ ଷ୍ଟେସନ ଅଧିକାରୀ ଦେରୱାର ସିଂ ପୀଡିତାଙ୍କ ଅଭିଯୋଗ କ୍ରମେ ମାମଲା ପଞ୍ଜୀକରଣ କରିଛନ୍ତି । ଡିଏସପି ଦେଶଜ କୁଲଦ୍ବୀପ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ଅଭିଯୁକ୍ତ ଏବେ ଫେରାର ରହିଛନ୍ତି । ସମସ୍ତଙ୍କୁ ପୀଡିତାଙ୍କ ବୟାନ ଆଧାରରେ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ କରାଯାଉଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details