ଓଡିଶା

odisha

Karnataka CM tussle: କାହିଁକି ଶିବକୁମାରଙ୍କ ଉପରେ ଭାରି ପଡିଲେ ସିଦ୍ଧରମୈୟା

By

Published : May 19, 2023, 7:26 AM IST

କେମିତି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଡି.କେକୁ ରାଜି କଲା କଂଗ୍ରେସ । କାହିଁକି ଡିକେଙ୍କ ଉପରେ ଭାରି ପଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ନାଁ ଆଗକୁ ରହିଛି ଦଳୀୟ ବିଦ୍ରୋହର ଆଶଙ୍କା । ଅଧିକ ପଢନ୍ତୁ

Karnataka CM tussle: କାହିଁକି ଡିକେଙ୍କ ଉପରେ ଭାରି ପଡିଲେ ସିଦ୍ଧରମୈୟା
Karnataka CM tussle: କାହିଁକି ଡିକେଙ୍କ ଉପରେ ଭାରି ପଡିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଐତିହାସିକ ବିଜୟ ଠାରୁ ମଧ୍ୟ ରୋଚକ ହୋଇଥିଲା ମୁଖ୍ୟମନ୍ତ୍ରୀ ଚୟନ ଆହ୍ବାନ । କାରଣ ରାଜ୍ୟ କଂଗ୍ରେସର ଦୁଇ ହେଭିଓ୍ବେଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ପରସ୍ପରର ବାଟ ଜଗିଥିଲେ । କଥା ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିଲା । ଦଳୀୟ ହାଇକମାଣ୍ଡଙ୍କ ନିକଟରେ ସାମାଧାନ ନହୋଇପାରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରାମର୍ଶର ପର୍ଯ୍ୟନ୍ତ ଆବଶ୍ୟକତା ପଡିଥିଲା । ଏହାରି ମଧ୍ୟରେ ଦଳ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦେଇଥିବା ବେଳେ ଅନ୍ୟତମ ଦାବିଦାର ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ କରିଛି ।

ଶିବକୁମାର ନିଜ ସମର୍ଥିତ ବିଧାୟକଙ୍କ ସହ ବିଦ୍ରୋହ କରିବା ନେଇ ଯେଉଁ ପ୍ରାରମ୍ଭିକ ଆକଳନ କରାଯାଉଥିଲା, ସେପରି ଆଭାସ ମଧ୍ୟ ମିଳିନି । ବରଂ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ନେଇଛନ୍ତି ଶିବକୁମାର । ତେବେ କାହିଁକି ଶିବକୁମାରଙ୍କ ଉପରେ ଭାରି ପଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ରାଜ୍ୟ ରାଜନୀତିରେ କେଉଁ ସମୀକରଣ ସିଦ୍ଧରମୈୟାଙ୍କୁ କରିଛି ଡିକେଙ୍କ ଠାରୁ ଶକ୍ତିଶାଳୀ । କେଉଁ କାରଣରୁ ଓହରିବାକୁ ବାଧ୍ୟ ହେଲେ ଶିବକୁମାର, ସେନେଇ ଏବେ ରାଜନୈତିକ ସମୀକ୍ଷକମାନେ ଅଙ୍କ କଷିବା ଆରମ୍ଭ କଲେଣି ।

ଡିକେଙ୍କ ନାମରେ ରହିଛି ଆୟବହିର୍ଭୂତ ସମ୍ପତ୍ତି ମାମଲା:

କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଶିବକୁମାରଙ୍କ ନାମରେ ରହିଛି ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ । ପୂର୍ବରୁ ସେ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ମଧ୍ୟ ରହିଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ତାଙ୍କ ଉପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କାକୁ ଦଳ ଏଡାଇ ପାରିନି । ଦଳ ମଧ୍ୟ ନିର୍ବାଚନରେ 40 ପ୍ରତିଶତ ପିସି ସରକାର କହି ବାସବରାଜ ବୋମ୍ମାଇ ନେତୃତ୍ବାଧୀନ ବିଜେପି ସରକାରକୁ ଘେରିଥିଲା ଓ ସଫଳତା ମଧ୍ୟ ପାଇଥିଲା । ଏହି କ୍ରମରେ ଶିବକୁମାରଙ୍କ ପୂର୍ବ ଦୁର୍ନୀତି ଅଭିଯୋଗ ରେକର୍ଡ ଦଳ ପାଇଁ ସମାଲୋଚନା ସୃଷ୍ଟି କରିବାର ଆଶଙ୍କାକୁ ଅନୁଭବ କରିଛି କଂଗ୍ରେସ ।

ସିଦ୍ଧରମୈୟାଙ୍କ ସମର୍ଥନରେ ଥିଲେ ପୁରୁଣା କ୍ୟାବିନେଟ ସହଯୋଗୀ:

ପୂର୍ବରୁ କଂଗ୍ରେସ ସରକାରକୁ ନେତୃତ୍ବ ଦେଇସାରିଥିବା ସିଦ୍ଧରମୈୟା ଦଳର ସବୁଠୁ ପ୍ରଭାବଶାଳୀ ନେତା । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ରହସାରିଥିବା କାରଣରୁ ତାଙ୍କ କ୍ୟାମ୍ପରେ ଶିବକୁମାରଙ୍କ ସମର୍ଥିତ ବିଧାୟକ ଗୋଷ୍ଠୀ ଅପେକ୍ଷା ଅଧିକ ବିଧାୟକ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇସାରିଥିବା ସିଦ୍ଧରମୈୟାଙ୍କ ସହ ଏହି ମାମଲାରେ ପ୍ରତିଦ୍ବନ୍ଦ୍ବିତା କରିପାରି ନଥାଇପାରନ୍ତି ପ୍ରଦେଶର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର । ପୂର୍ବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ସିଦ୍ଧରମୈୟାଙ୍କ ସହଯୋଗୀ ଥିବା ବରିଷ୍ଠ ଦଳୀୟ ନେତାମାନେ ସିଦ୍ଧରମୈୟାଙ୍କ ସମର୍ଥନରେ ରହିଥିଲେ ।

ଶିବକୁମାରଙ୍କ ପାଇଁ ବଢିଥାନ୍ତା ସାମ୍ପ୍ରଦାୟିକ ଅସନ୍ତୋଷ:

ଏହି ସମୀକ୍ଷାରେ ସାମ୍ପ୍ରଦାୟ ରାଜନୀତିକୁ ମଧ୍ୟ ନଜର ଆଢୁଆଳକୁ ନିଆଯାଇ ନପାରେ । କାରଣ ଶିବକୁମାର ହେଉଛନ୍ତି ଭୋକ୍କାଲିଗା (ଓବିସି) ସମ୍ପ୍ରଦାୟର । ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡିଦେଇ କଂଗ୍ରେସ ଦଳର ଅନ୍ୟ ସମ୍ପ୍ରଦାୟ ଗୋଷ୍ଠୀର ବିରୋଧର ସାମ୍ନା କରିବାର ଯଥେଷ୍ଟ ଆଶଙ୍କା ରହିଥିଲା । ମତଦାନରେ 42 ପ୍ରତିଶତରୁ ଅଧିକ ଭୋଟ ପାଇ ଐତିହାସିକ ବହୁମତ ପାଇଥିବା କଂଗ୍ରେସ ପ୍ରାୟ ସମସ୍ତ ସମ୍ପ୍ରଦାୟର ସମର୍ଥନ ହାତେଇବାରେ ସଫଳ ହୋଇଛି । ଏପରି ସ୍ଥିତିରେ ସେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପ୍ରଦାନ କରି ଅଣ-ଭୋକ୍କାଲିଗା ସମ୍ପ୍ରଦାୟକ ପ୍ରଚ୍ଛନ୍ନ ଅସନ୍ତୋଷକୁ ଗ୍ରହଣ କରିବା ପାଇଁ ଉଚିତ ମନେ କରିନାହିଁ ।

ଏହାରି ମଧ୍ୟରେ ଦଳ ନିଜ ଅନ୍ତକନ୍ଦଳ ସମାପ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଅଙ୍କ ଛିଡାଇଛି । ଆସନ୍ତା 20 ତାରିଖରେ ସିଦ୍ଧରମୈୟାଙ୍କ ଶପଥ ସହ ରାଜ୍ୟରେ ପୁଣି ଥରେ କଂଗ୍ରେସ ଶାସନ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details