ଓଡିଶା

odisha

ETV Bharat / bharat

ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର - ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିନା ଗ୍ଲୋବସ୍‌ରେ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍ ଦ୍ବିତୀୟ । ଅଧିକ ପଢନ୍ତୁ

ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର
ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

By

Published : Sep 13, 2022, 9:35 AM IST

ନୂଆଦିଲ୍ଲୀ: ବ୍ରିଟେନରେ ଲମ୍ବା ସମୟ ଧରି ଶାସନ କରିଥିବା ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ(Queen Elizabeth II) ଦେହାନ୍ତ ହୋଇଯାଇଛି । ମହାରାଣୀଙ୍କ ଅବର୍ତ୍ତମାନରେ ବର୍ତ୍ତମାନ ତାଙ୍କ ଜୀବନଶୈଳୀ ଓ ରାଜକୀୟ ରହଣି ସହଣିକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । କାରଣ ରାଣୀ ପିନ୍ଧୁଥିବା ପୋଷାକ ଯେପରି ସ୍ବତନ୍ତ୍ର ଥିଲା, ତାଙ୍କର ଟୋପି, ବ୍ୟାଗ୍ ଓ ହାତରେ ଗ୍ଲୋବସ୍‌ ପିନ୍ଧିବାର ଅନ୍ଦାଜ ମଧ୍ୟ ସେତିକି ନିଆରା ଥିଲା । ଏଲିଜାବେଥ୍‌ ସବୁବେଳେ ହାତରେ ଗ୍ଲୋବସ୍‌ ପିନ୍ଧୁଥିଲେ । ବିନା ଗ୍ଲୋବସ୍‌ରେ ହୁଏତ ସେ କଦବା କ୍ବଚିତ୍ ନଜର ଆସିଥିଲେ । ସେହିପରି ଗ୍ଲୋବସ୍‌ ବିନା ସେ କାହା ସହିତ ହାତ ମିଳାଇବା ଅତ୍ୟନ୍ତ ବିରଳ ଘଟଣା ଥିଲା ।

ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

ମହାରାଣୀ ଏଲିଜାବେଥ ଦ୍ବିତୀୟ ବିଶ୍ବ ନେତା ତଥା ମାନଗଣ୍ୟ ବ୍ୟକ୍ତିତ୍ବଙ୍କ ସହ ହାତ ମିଳାଇବା ସମୟରେ ସବୁବେଳେ ଗ୍ଲୋବସ୍ ପିନ୍ଧୁଥିଲେ । ସେ ଅନେକ ସମୟରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରୁଥିଲେ । ବ୍ରିଟେନ ରାଣୀ ନିଜ ଜୀବନ କାଳ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏମାନେ ପଣ୍ଡିତ ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଆଇକେ ଗୁଜରାଲ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦି । ତେବେ ସବୁଠୁ ବଡ କଥା ହେଉଛି, ମୋଦିଙ୍କ ବ୍ୟତୀତ ମହାରାଣୀ ଅନ୍ୟ ୪ ଜଣ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ହାତରେ ଗ୍ଲୋବସ୍‌ ପିନ୍ଧିଥିବାର ଦେଖାଯାଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଥିଲା ।

ମହାରାଣୀ ଏଲିଜାବେଥ ଦୁଇ ଥର ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ । ଦୁଇଟି ଥର ଯାକ ସାକ୍ଷାତକାରବେଳେ, ମହାରାଣୀ ବିନା ଗ୍ଲୋବସ୍‌ରେ ମୋଦିଙ୍କ ସହ ହାତ ମିଳାଇଥିଲେ(ହ୍ୟାଣ୍ଡସେକ୍) । ସେହିପରି ବ୍ରିଟେନ ରାଣୀଙ୍କ ମୃତ୍ୟୁ ପରେ ମୋଦି ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ସହ ସାକ୍ଷାତକାରର କିଛି ମୂହୁର୍ତ୍ତ ମନେ ପକାଇଥିଲେ । ମୋଦି କହିଥିଲେ ଯେ, ''୨୦୧୫ ରୁ ୨୦୧୮ ମଧ୍ୟରେ ଅନେକ ଥର ବ୍ରିଟେନ ଯାତ୍ରା ସମୟରେ ସେ ମହାରାଣୀଙ୍କୁ ସାକ୍ଷାତ କରିଥିଲେ । ଏକ ବୈଠକ ସମୟରେ ରାଣୀ ତାଙ୍କୁ ଏକ ରୁମାଲ୍ ଦେଖାଇଥିଲେ, ଯାହାକି ମହାତ୍ମା ଗାନ୍ଧୀ ରାଣୀଙ୍କୁ ତାଙ୍କ ବିବାହରେ ଉପହାର କରିଥିଲେ ।''

ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

ଏହାମଧ୍ୟ ପଢନ୍ତୁ:ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷଯାତ୍ରାରେ ସାମିଲ ହେଲେ ପୁଅ ତଥା ମହାରାଜା ଚାର୍ଲ୍ସ

ମହାରାଣୀ ଏଲିଜାବେଥ୍ ଦ୍ବିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦୁଇ ଥର ଭେଟିଥିଲେ । ଦୁଇଟି ଯାକ ଭେଟଘାଟରେ ରାଣୀ ହାତରେ ଗ୍ଲୋବସ୍‌ ବ୍ୟବହାର କରିଥିବାର ଦେଖାଯାଇଥିଲେ । ମନମୋହନ ସିଂହ ପ୍ରଥମେ ୨୦୦୯ ବର୍ଷ ଏପ୍ରିଲ ଏବଂ ପରେ ସେହି ବର୍ଷ ନଭେମ୍ବରରେ ସାକ୍ଷାତ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ସହ ଭେଟଘାଟ ସମୟରେ ମଧ୍ୟ ଏଲିଜାବେଥ ଦ୍ବିତୀୟ ଗ୍ଲୋବସ୍‌ ପିନ୍ଧିଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା । ମହାରାଣୀ ନିଜ ଜୀବନ କାଳ ମଧ୍ୟରେ ୧୪ ଜଣ ଆମେରିକୀୟ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ । ସମସ୍ତଙ୍କ ସହ ସାକ୍ଷାତ ସମୟରେ ସେ ଗ୍ଲୋବସ୍ ପିନ୍ଧିଥିଲେ ।

ABOUT THE AUTHOR

...view details