ଓଡିଶା

odisha

ETV Bharat / bharat

ଭାରତ ସହ ଅସ୍ତ୍ରବିରତି ପାଇଁ କାହିଁକି ରାଜି ହୋଇଥିଲା ପାକିସ୍ତାନ, ଜବାବ ଦେଲେ CDS

ଭାରତ ସହ ଅସ୍ତ୍ରବିରତି ପାଇଁ ପାକିସ୍ତାନ କାହିଁକି ବାଧ୍ୟ ହେଲା ପ୍ରଶ୍ନର ଜବାବ ଦେଇଛନ୍ତି ସିଡିଏସ ବିପିନ ରାୱତ । ଅଧିକ ପଢନ୍ତୁ...

By

Published : Jun 22, 2021, 10:10 PM IST

ଭାରତ ସହ ଅସ୍ତ୍ରବିରତି ପାଇଁ କାହିଁକି ରାଜି ହୋଇଥିଲା ପାକିସ୍ତାନ, ଜବାବ ଦେଲେ CDS
ଭାରତ ସହ ଅସ୍ତ୍ରବିରତି ପାଇଁ କାହିଁକି ରାଜି ହୋଇଥିଲା ପାକିସ୍ତାନ, ଜବାବ ଦେଲେ CDS

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛି ମାସରୁ ଲାଗୁ ରହିଛି ଅସ୍ତ୍ରବିରତି । ପରସ୍ପରର ସହମତି କ୍ରମେ ନିଆଯାଇଛି ଏହି ନିଷ୍ପତ୍ତି । ହେଲେ ଏହା ସତ୍ତ୍ବେ ବି ଭାରତ ସୀମା ଭିତରକୁ ଅସ୍ତ୍ର ପଠାଇବାର ଅବୈଧ ପ୍ରୟାସ ଜାରି ରହିଛି ।

ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ କହିଛନ୍ତି, ଏଲଓସିରେ ଅସ୍ତ୍ରବିରତି ଲାଗୁ ଏକ ସକରାତ୍ମକ ବିଷୟ। ହେଲେ ଏହି ସମୟରେ ଆମେ ଅସ୍ତ୍ରଶସ୍ତ୍ରର ଅନୁପ୍ରବେଶ ମଧ୍ୟ ଦେଖୁଛୁ । ଡ୍ରୋନ ବ୍ୟବହାର କରି ଏହି ଅନୁପ୍ରବେଶ କରାଯାଉଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଏହା ଭଲ ନୁହେଁ କାରଣ ଏହା ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସିଡିଏସ ।

ଯଦି ଶାନ୍ତି ଭଙ୍ଗ ହୁଏ ତେବେ ଅସ୍ତ୍ରବିରତି ଠିକ ଭାବରେ କାମ କରୁଛି ବୋଲି ଆମେ କହି ପାରିବୁ ନାହିଁ। ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀର ଅଞ୍ଚଳରେ ଶାନ୍ତି ବଜାୟ ରହୁ ବୋଲି କହିଛନ୍ତି ରାୱତ ।

ଏହା ବ୍ୟତୀତ ସିଡିଏସ ବିପିନ ରାୱତ ମଧ୍ୟ ପାକିସ୍ତାନ ସେନା କାହିଁକି ଅସ୍ତ୍ରବିରତି ପାଇଁ ରାଜି ହୋଇଛି ସେ ସମ୍ପର୍କରେ ଏକ ଉତ୍ତର ଦେଇଛନ୍ତି । ସେ କହିଛନ୍ତି , ଏହାର ଅନେକ କାରଣ ଥାଇପାରେ । ଗତ କିଛି ବର୍ଷ ମଧ୍ୟରେ ଅନେକଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏହି ଘଟଣା ଗୁଡ଼ିକରେ କେବଳ ଛୋଟ ଅସ୍ତ୍ର ନୁହେଁ, ଉଚ୍ଚ କ୍ଷମତା ସମ୍ପନ୍ନ ଅସ୍ତ୍ର ମଧ୍ୟ ବ୍ୟବହାର କରାଯାଇଥିଲା । ଏହି କାରଣରୁ ପାକିସ୍ତାନ ସେନାର ପ୍ରତିରକ୍ଷା ଭିତ୍ତିଭୂମିକୁ ବଡ କ୍ଷତି ସହିଛି। ତାଙ୍କର ଅନେକ ସୈନିକ ନୀହତ ହୋଇଛନ୍ତି ।

ଯେହେତୁ ପାକିସ୍ତାନ ସୈନିକମାନେ ଗାଁର ସାଧାରଣ ଲୋକଙ୍କ ମଧ୍ୟରେ ରହି ଅପରେଟ କରନ୍ତି, ଏଥିପାଇଁ ସାଧାରଣ ଲୋକ ଏବଂ ସେମାନଙ୍କର ଗୃହପାଳିତ ପଶୁ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଥିଲେ । ଆଉ ଚାପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ସିଡିଏସ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ABOUT THE AUTHOR

...view details