ନୂଆଦିଲ୍ଲୀ:ଭାରତର ସୁପର ଚୋର ଭାବରେ ଜଣାଶୁଣା ବଣ୍ଟି ଓରଫ ଦେବେନ୍ଦ୍ର ସିଂ (୫୩)କୁ ଦୀର୍ଘ ୧୦ ବର୍ଷ ତାମିଲନାଡୁର କଏମ୍ବାଟୋରରେ ରହିଲା । ଯେତେବେଳେ ସେ ସଜା ଭୋଗି ବାହାରକୁ ବାହାରିଲା ତା ପରେ ସୁପର ଚୋର ପାଲିଟିଛି ସିନ୍ଦି ଚୋର । କେବଳ ଦାମୀ ଯାନ, ଦାମୀ ଫୋନ, ଅଳଙ୍କାର ଚୋରି ପାଇଁ ସୁପର ଚୋରର ଟ୍ୟାଗ ପାଇଥିବା ବଣ୍ଟି ଏବେ ଚୋରି କରୁଛି ଜୋତା, ଚପଲ, ପର୍ସ, ଟିଭି ଓ ପ୍ରିଣ୍ଟର । ଏପରି ଚୋରି ଏକ ସୁପର ଚୋରର ପରିଚୟ ନୁହେଁ, ବରଂ ଏକ ଚିନ୍ଦି ଚୋରର ପରିଚୟ । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।
ଗତ ୧୪ ତାରିଖରେ ସୁପର ଚୋର ବଣ୍ଟିକୁ କାନପୁରରୁ ଗିରଫ କରିଥିଲା ପୋଲିସ । ଯେତେବେଳେ ତାର ତଲାସି ନିଆଯାଇଥିଲା ତା ନିକଟରୁ ଜୋତା, ଚପଲ, ପର୍ସ ଆଦି ମିଳିଥିଲା । ଗ୍ରେଟର କୈଳାସରେ ହୋଇଥିବା ୨ଟି ଚୋରି ଘଟଣାରେ ଦିଲ୍ଲୀ ପୋଲିସ ତାକୁ ଗିରଫ କରିଥିଲା । ସୂଚନା ଥାଉ କି ସୁପରହିଟ୍ ଫିଲ୍ମ 'ଓଏ ଲକି ଲକି ଓଏ' ବଣ୍ଟି ଜୀବନରେ ଉପରେ ଆଧାରିତ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ ତାଙ୍କ ଚରିତ୍ରରେ ଅଭିନୟ କରିଥିଲେ । କୁଖ୍ୟାତ ବଣ୍ଟି ବିଗବସରେ ଅଂଶଗ୍ରହଣ ମଧ୍ୟ କରିଥିଲା । କୁହାଯାଏ ଯେ ଚୋରି କରିବା ପରେ ସେ ପଞ୍ଚ ତାରକା ହୋଟେଲରେ ଦୀର୍ଘ ସମୟ ରହିଆସୁଥିଲା । ଯେତେବେଳେ ଟଙ୍କା ସରିବା ଆରମ୍ଭ କଲା, ସେ ପୁଣି ଚୋରି କଲା । ଏହି ସମୟରେ ହୋଟେଲ ଛାଡିବାବେଳେ ସେ କିଛି ଜିନିଷ ଚୋରି କରିଥିଲା ।