ଓଡିଶା

odisha

ETV Bharat / bharat

କେନ୍ଦ୍ର ସରକାର ISI ସହ କଥା ହେଉଛନ୍ତି, ବିରୋଧୀଙ୍କ ସହ ନୁହେଁ: ପ୍ରିୟଙ୍କା ଗାନ୍ଧୀ

ଦେଶରେ କୋରୋନା ପରିସ୍ଥିତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ସମସ୍ତ ବିରୋଧୀ ଏକଜୁଟ ହୋଇ ଲଢେଇ କରିବାକୁ କହୁଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣିବାକୁ ନାରାଜ । ବିରୋଧୀଙ୍କ ସହ କଥା ହେବା ଅପେକ୍ଷା ସରକାର ଦୁବାଇରେ ISI ସହ କଥା ହେଉଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ଅଧିକ ପଢନ୍ତୁ...

By

Published : Apr 21, 2021, 10:47 AM IST

ଦୁବାଇରେ ISI ସହିତ କଥାବାର୍ତ୍ତା କରୁଛନ୍ତି କେନ୍ଦ୍ର ସରକାର
ଦୁବାଇରେ ISI ସହିତ କଥାବାର୍ତ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଉତ୍କଟ ସ୍ଥିତି ଉପଜୁଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏପରି ସ୍ଥିତିରେ ସରକାର ବିରୋଧୀଙ୍କ କଥା ଶୁଣିବା ଉଚିତ । ମହାମାରୀ ବିରୁଦ୍ଧରେ ଏକାଠି ଲଢିବାକୁ ସମସ୍ତ ବିରୋଧୀ, ସରକାର ଓ ଦେଶ ସହ ରହିଛନ୍ତି । ଗଣତନ୍ତ୍ରରେ ବିରୋଧୀଙ୍କ ଚର୍ଚ୍ଚା ହେବା ଜରୁରୀ । ହେଲେ ସରକାର, ବିରୋଧୀଙ୍କ ସହ ନୁହେଁ ଦୁବାଇରେ ISI ଙ୍କ ସହ କଥା ହେଉଛନ୍ତି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ଦୁବାଇରେ ISI ସହିତ କଥାବାର୍ତ୍ତା କରୁଛନ୍ତି କେନ୍ଦ୍ର ସରକାର

ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ‘ ଏ ସରକାର ISI ସହିତ କଥା ହୋଇପାରେ । ସେମାନେ ଦୁବାଇରେ ISI ସହିତ କଥାବାର୍ତ୍ତା କରୁଛନ୍ତି । ବିରୋଧୀ ଦଳର ନେତାଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ କାହିଁକି ? । ମୁଁ ଭାବୁନାହିଁ ଯେ, ଦେଶରେ ଏମିତି କୌଣସି ବିରୋଧୀ ଦଳ ନାହିଁ ଯେଉଁମାନେ ଗଠନମୂଳକ ଓ ସକରାତ୍ମକ ପରାମର୍ଶ ଦେଇ ପାରିବେନାହିଁ ।’

ଦେଶରେ ଏପରି ସ୍ଥିତିକୁ ନେଇ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ସଂକ୍ରମଣ ରୋକିବାକୁ ସମୟ ଥିଲା କିନ୍ତୁ ସରକାର ରାଲି ଓ ପ୍ରଚାରରେ ଲାଗିଥିଲେ । ବର୍ତ୍ତମାନ ସମୟରେ ସରକାର ଜନତାଙ୍କ ସହ ଛିଡା ହୁଅନ୍ତୁ। ଏହି ଲଢେଇ ଆମ ସମସ୍ତଙ୍କୁ ମିଳିମିଶି ଲଢିବାକୁ ହେବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣକୁ ଦେଖି ବାରମ୍ବାର ସରକାରଙ୍କୁ ବିଭିନ୍ନ ବିରୋଧୀ ଚେତାଇ ଆସିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତବର୍ଷ ଫେବୃୟାରୀ ସମୟରେ କୋରୋନା ସହ ଲଢେଇ କରିବାକୁ ସରକାରଙ୍କୁ ଜଣାଇଥିଲେ । ଏପରକି ସେ ପ୍ରଧାନମନ୍ତ୍ରୀଙ୍କୁ କୋରୋନା ରୋକିବାକୁ ଚିଠି ଲେଖି ଜଣାଇଥିଲେ । ଏହା ସତ୍ତ୍ବେ ସରକାର ବିରୋଧୀଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି । ଏହି ମହାମାରୀ ସମୟରେ ସମସ୍ତ ବିରୋଧୀ ଏକାଠି ଲଢିବାକୁ କହିଥିଲେ ମଧ୍ୟ ସରକାର କୌଣସି ବିରୋଧୀଙ୍କ କଥା ଶୁଣିବାକୁ ନାରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details