ଔରଙ୍ଗାବାଦ:ମ୍ୟୁନସିପାଲ କର୍ପୋରେସନର ନିଆରା ପଦକ୍ଷେପ । ଭ୍ୟାକ୍ସିନ ନେଉ ନଥିବା ଲୋକଙ୍କ ଠାରୁ ଆଦାୟ କରିବ 500 ଫାଇନ । ଏଭଳି ପଦକ୍ଷେପ ନେଇ ଭ୍ୟାକ୍ସିନେସନକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛି ଔରଙ୍ଗାବାଦ ମ୍ୟୁନିସପାଲ କର୍ପୋରେସନ ।
ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କୋରୋନା ଟୀକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏଭଳି ପରିସ୍ଥିତିରେ କୋରୋନା ଟିକାକରଣ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରିଛି ଔରଙ୍ଗାବାଦ ମ୍ୟୁନିସପାଲ କର୍ପୋରେସନ । ଔରଙ୍ଗାବାଦାରେ କୌଣସି ବି ଲୋକ କୋରୋନା ଟିକା ନନେଇ ବୁଲୁଥିଲେ ତାଙ୍କୁ 500 ଟଙ୍କା ଜୋରିମାନା କରାଯିବା ନିଷ୍ପତି ନେଇଛି ।