ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନ, ଖୁବଶୀଘ୍ର କୋଭାକ୍ସିନ ପାଇବ WHO ମଞ୍ଜୁରୀ - ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋଭାକ୍ସିନକୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଦେଇପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନ, ଖୁବ ଶୀଘ୍ର  Covaxin ପାଇବ WHO ମଞ୍ଜୁରୀ
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନ, ଖୁବ ଶୀଘ୍ର Covaxin ପାଇବ WHO ମଞ୍ଜୁରୀ

By

Published : Sep 24, 2021, 3:49 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ମଧ୍ୟରେ କୋଭାକ୍ସିନ ଟିକାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । କୋଭାକ୍ସିନକୁ ଖୁବ ଶୀଘ୍ର ଜରୁରୀକାଳୀନ ବ୍ୟବହାର ନେଇ ଅନୁମୋଦନ ଦେଇପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର ।

ଏହାପୂର୍ବରୁ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗନର ଅନୁମୋଦନ ମିଳିବାରେ ବିଳମ୍ବ ହୋଇପାରେ ବୋଲି ଖବର ଆସିଥିଲା । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସିନକୁ ୫ ଅକ୍ଟୋବର ସୁଦ୍ଧା WHO ଅନୁମୋଦନ ଦେଇପାରେ ବୋଲି କୁହାଯାଉଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ସୂଚୀରେ ତାଲିକାଭୁକ୍ତ କରାଯାଇନାହିଁ । ଅନୁମୋଦନ ପ୍ରାପ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ । ତେବେ ଚଳିତ ସପ୍ତାହ କୋଭାକ୍ସିନକୁ WHO ମଞ୍ଜୁରୀ ଦେଇପାରେ ବୋଲି କୁହାଯାଉଛି । କୋଭାକ୍ସିନର ଜରୁରକାଳୀନ ବ୍ୟବହାର ପାଇଁ ଟେକ୍ନୋଲୋଜି ବିଶେଷଜ୍ଞ ସମୀକ୍ଷା କରୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ନିର୍ଦ୍ଦେଶକ ଡାକ୍ତର ପୁନମ କ୍ଷେତ୍ରପାଳ ସିଂହ ଜୁଲାଇରେ ଟେକ୍ନୋଲୋଜି ବିଶେଷଜ୍ଞ କମିଟି ଟିକାର ସମୀକ୍ଷା କରୁଥିବା କହିଥିଲେ ।

ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇନଥିବାରୁ ଅନେକ ଦେଶ ଭାରତର ସ୍ବଦେଶୀ ଟିକାକୁ ମାନ୍ୟତା ଦେଇନାହାଁନ୍ତି । ତେବେ ନିଜ କାମ କିମ୍ବା ଅନ୍ୟ କୌଣସି କାରଣରୁ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କୁ ଏଥିପାଇଁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ମିଳିନଥିବାରୁ ଅନ୍ୟ ଦେଶରେ ପ୍ରତିବନ୍ଧକ ଲାଗିଛି ।

ABOUT THE AUTHOR

...view details