ବେଙ୍ଗାଲୁରୁ: କୁହାଯାଏ ଯେ ଯଦି ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଥାଏ, ତେବେ କୌଣସି ବି ଯୁଦ୍ଧ ଜିତାଯାଇପାରିବ । ଏପରି ଏକ ମାମଲା କର୍ଣ୍ଣାଟକରୁ ଆସିଛି, ଯେଉଁଥିରେ ସମାନ ପରିବାରର 18 ଜଣ ସଦସ୍ୟ କୋରୋନାକୁ ହରାଇ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ ।
ଉତ୍ତର କନ୍ନଡ ଜିଲ୍ଲାର ସରାକୁଲି ଗ୍ରାମରେ ରହୁଥିବା ଲୋକେଶ୍ବର ରାମଚନ୍ଦ୍ର ହେଗଡେଙ୍କ ପରିବାରରେ 18 ଜଣ ସଦସ୍ୟ କୋରୋନାର ଶିକାର ହୋଇଥିଲେ । ଏନେଇ ସମସ୍ତେ ଡାକ୍ତରଙ୍କ ସହିତ ପରାମର୍ଶ କରି ଘରେ ସଙ୍ଗରୋଧରେ ରହୁଥିଲେ । ବୟସ୍କମାନଙ୍କ ଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଠାରୁ ଦୂରରେ ରହି ପରସ୍ପରକୁ ଉତ୍ସାହିତ କରୁଥିଲେ ।