ଦିସପୁର: ଆସାମରେ ଗାଦି ସମ୍ଭାଳିବାର 2 ମାସ ଭିତରେ ତାଙ୍କ ଶାସନରେ ପୋଲିସର ଫେକ ଏନକାଉଣ୍ଟର ଅଭିଯୋଗ ନେଇ ମାନବାଧିକାର ଉଲ୍ଲଂଘନର ସାମ୍ନା କରୁଛନ୍ତି ହିମନ୍ତ ବିଶ୍ବ ଶର୍ମା ସରକାର । ଏହାରି ମଧ୍ୟରେ ରାଜ୍ୟରେ ଅପରାଧ ଉପରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବୟାନ ଦେଇଛନ୍ତି ବିଶ୍ବଶର୍ମା ।
ବିଶ୍ବଶର୍ମାଙ୍କ ବୟାନ, ପୋଲିସ ଉପରେ ଗୁଳି ଚଳାଇଲେ ମିଳିବ ଜବାବ - ଆସାମ ଫେକ ଏନକାଉଣ୍ଟର
ଅପରାଧ ଉପରେ ଅଙ୍କୁଶ ଲଗାଇବା କ୍ଷେତ୍ରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବୟାନ ଦେଇଛନ୍ତି ବିଶ୍ବଶର୍ମା । ଅଧିକ ପଢନ୍ତୁ...
ବିଶ୍ବଶର୍ମାଙ୍କ ବୟାନ, ପୋଲିସ ଉପରେ ଗୁଳି ଚଳାଇଲେ ମିଳିବ ଜବାଦ
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଯେପର୍ଯ୍ୟନ୍ତ ସେ ଆସାମର ଦାୟିତ୍ବରେ ଅଛନ୍ତି ସେ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ପୋଲିସ ଆଇନ ମଧ୍ୟରେ ରହି 'ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ' ଜାରି ରଖିବ । ରାଜ୍ୟ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ।
ଜୁନ ପହିଲାରୁ ନେଇ ବର୍ତ୍ତମାନସୁଦ୍ଧା ହୋଇସାରିଲାଣି 20 ଏନକାଉଣ୍ଟର । 40 ଦିନରେ 20 ଏନକାଉଣ୍ଟର । ଯାହାଫଳରେ ଜାତୀୟ ମାନବାଧିକାର ନିକଟରେ ଏ ସମସ୍ତ ଏନକାଉଣ୍ଟରକୁ ଫେକ ବୋଲି ଦର୍ଶାଇ ଫେରାଦ ହୋଇଛନ୍ତି ଦିଲ୍ଲୀର ଆଇନଜୀବୀ ଆରିଫ ଜ୍ବାଦର ।