ବେଜିଂ: ସାରା ବିଶ୍ବରେ ଭୟଙ୍କର ତାଣ୍ଡବ କରୁଥିବା ବୈଷୟିକ ମହାମାରୀ କୋରୋନା ଭୂତାଣୁର ଆରମ୍ଭ ଗତ ବର୍ଷ ଚୀନର ଉହାନ ସହରରୁ ହୋଇଥିଲା । ଏକ ବର୍ଷ ପରେ ଚୀନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଟିମକୁ କୋରୋନା ଭୂତାଣୁର ଉତ୍ପତ୍ତି ବିଷୟରେ ଅନୁଧ୍ୟାନ କରିବା ପାଇଁ ବୁହାନ ଯିବାକୁ ଦେଇଛନ୍ତି । ଡବ୍ଲୁ୍ଏଚଓ ର ଟିମ ବୁହାନ ଗସ୍ତରେ ଆସି ଏହି ଭୂତାଣୁ ସମ୍ପର୍କରେ ଏକ ବଡ ଖୁଲାସା କରିଛନ୍ତି । ଉହାନ ଲାବର ବୈରଜ୍ଞାନିକମାନେ ସ୍ବିକାର କରିଛନ୍ତି ଯେ, ରହସ୍ୟ ମୟ ଗୁମ୍ଫା ଗୁଡିକରୁ ବାଦୁଡିପର ନମୁନା ନେବା ସମୟରେ ସେମାନଙ୍କୁ କିଛି ବାଦୁଡି କାମ୍ବୁଡି ପକାଇଥଲା । ଚୀନ ବୈଜ୍ଞାନିକଙ୍କ ଦାୟିତ୍ବହୀନତା ର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଏହି ଖୁଲାସା ହୋଇଛି ।
ଚୀନର ଏକ ସରକାରୀ ଟିଭି ଚ୍ୟାନେଲ ସିସିଟିଭିରେ ପାଖାପାଖି ଦୁଇ ବର୍ଷ ତଳେ ଦେଖାଯାଇଥିବା ଭିଡିଓରେ ଚୀନ ବୈଜ୍ଞାନିକ ବାଦୁଡି କାମୁଡିଥିବା ସ୍ବିକାର କରିଛନ୍ତି । ଏହି ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ବୁହାନ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜିର ବୈଜ୍ଞାମିକ ଗଣ ବାଦୁଡିର ନମୁନା ଗ୍ରହଣ କରିବା ସମୟରେ ଅଣଦେଖା କରିଛନ୍ତି, ସେହି ଗୁମ୍ଫାକୁ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ବାଦୁଡିଙ୍କ ଘର ବୋଲି କୁହାଯାଏ ।
ତାଇଓ୍ବାନ ନିୟୁଜ ଅନୁଯାୟୀ, 29 ଡିସେମ୍ବର 2017 ରେ ଚୀନର ଏକ ସରକାରୀ ଟିଭି ଚ୍ୟାନେଲ ଏକ ଭିଡିଓ ଜାରୀ କରିଥିଲେ, ଯେଉଁଥିରେ ଚିନର ବେଟ ବୁମନ କୁହାଯାଉଥିବା ଶି ଝୋଙ୍ଗଲୀ ଏବଂ ତାଙ୍କ ଟିମ ସାରସର ଉତ୍ପତ୍ତି ସମ୍ପର୍କରେ ପତା ଲଗାଇବା ପାଇଁ ଯାଇଥିଲେ । ସେମାନେ ଗୁମ୍ଫାରେ ଭୟଙ୍କର ଏବଂ ସଂକ୍ରାମକ ବାଦୁଡି ଥିବାର ଜାଣି ସୁଦ୍ଧା ଏହା କରିଥିଲେ । ଭିଡିଓରେ ବୈଜ୍ଞାନିକ ମାନେ ବିନା କୌଣସି ସିରକ୍ଷା ପଦ୍ଧତି ଅବଲମ୍ବନରେ ଏହା କରୁଥିବାର ଦେଖିବାକୁ ମଳୁଛି । ବାୟୋସେଫ୍ଟି ଲେବଲ 4ର ଲାବ କୁହାଯାଉଥିବା ବୁହାନ ଲାବର ବୈଜ୍ଞାନିକ ମାନଙ୍କ ମଧ୍ୟରୁ କେତେକ ଟିସାର୍ଟ ପିନ୍ଧିଥିବା ବେଳେ କିଛି ଅସାବଧାନତା ସହିତ ବାଦୁଡି ଧରା ଦେଖୁଥିଲେ । ଏହାର ପରିଣାମ ସ୍ବରୁପ ଟିମର ଜଣକୁ ବାଦୁଡି କାମୁଡି ଦେଇଥିଲା ।