ନୂଆଦିଲ୍ଲୀ:ଜାନୁଆରୀ 26ରେ ଟ୍ରାକ୍ଟର ରାଲି ସମୟରେ ପୋଲିସ ବେତାର ସେଟକୁ ଛଡ଼ାଇ ନେଇଥିବା ଲୁଟେରାକୁ ଧରିଛି ପୋଲିସ । ଏହି ସମୟରେ ଲୁଟେରା ଜଣକ ଚାଞ୍ଚଲ୍ୟକର ବୟାନ ଦେଇଛି । ଆଉଟର୍ ଡିସିପିଙ୍କ ଅନୁଯାୟୀ ଗିରଫ ହୋଇଥିବା ଏହି ଲୁଟେରା ହରିୟାଣାର ଅଜୟ ରାଠୀ ବୋଲି ଜଣାପଡିଛି।
ଲାଲକିଲ୍ଲା ହିଂସା ପ୍ରାୟୋଜିତ ! - violence in tractor rally
ଜାନୁଆରୀ 26ରେ ଟ୍ରାକ୍ଟର ରାଲି ସମୟରେ ପୋଲିସ ବେତାର ସେଟକୁ ଛଡ଼ାଇ ନେଇଥିବା ଲୁଟେରାକୁ ଧରିଛି ପୋଲିସ । ଏହି ସମୟରେ ଲୁଟେରା ଜଣକ ଚାଞ୍ଚଲ୍ୟକର ବୟାନ ଦେଇଛି । ଅଧିକ ପଢନ୍ତୁ...
ଟ୍ରାକ୍ଟର ରାଲି ହିିଂସାର ଖୁଲାସା
ଡିସିପିଙ୍କ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତ ଅଜୟ ରାଠୀ ପୋଲିସକୁ କହିଥିଲେ ଯେ ତାଙ୍କୁ 26 ଜାନୁଆରୀରେ ହିଂସା କରିବାକୁ କୁହାଯାଇଥିଲା, ଏହାସହ ରୁଟ୍ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଥିଲା । ନିର୍ଦ୍ଦିଷ୍ଟ ମାର୍ଗର ଉଲ୍ଲଙ୍ଘନ ନ କରି ରିଙ୍ଗ ରୋଡ୍ ଦେଇ ଲାଲକିଲ୍ଲା ଯିବାକୁ କୁହାଯାଇଥିଲା । ଡିସିପି କହିଛନ୍ତି ଯେ ବୈଷୟିକ ତଦାରଖ ସହାୟତାରେ ପୋଲିସ ଅଭିଯୁକ୍ତ ଅଜୟକୁ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଅଜୟ ପୂର୍ବରୁ ଚୋରିର ତିନୋଟି ମାମଲାରେ ଗିରଫ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ