ହାଇଦ୍ରାବାଦ: ଦିନ ଥିଲା ସେ, ଘର ଛାଡ଼ି ଲୁଚି ପଳାଇଥିଲେ ମୁମ୍ବାଇ । କଳା ପ୍ରତି ନିଶା ତାଙ୍କୁ ଟାଣି ନେଇଥିଲା ଅଭିନୟ ଜଗତକୁ । କିନ୍ତୁ ଫିଲ୍ମରେ ସିନ ବଦଳିବା ଭଳି ରାତା ରାତି ବଦଳିଯାଇଥିଲା ଏହି ଅଭିନେତାଙ୍କ ଭାଗ୍ୟ । ଅଭିନେତାରୁ ସେ ପାଲଟିଥିଲେ ନେତା ।
ଆମେ କହୁଛୁ ବିହାର ରାଜନୀତିକୁ ଆଜି ଆହୁରି ସରଗରମ କରିଥିବା ବିକାଶଶୀଳ ଇନସାନ ପାର୍ଟି ପ୍ରମୁଖ ମୁକେଶ ସହନୀଙ୍କ କଥା । ସୋମବାର ସପ୍ତମ ଥର ପାଇଁ ନୀତିଶ କୁମାର ବିହାରର ମୁକୁଟ ପିନ୍ଧିଥିବା ବେଳେ ମୁକେଶ ମଧ୍ୟ ନିତୀଶଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଇଛନ୍ତି ।