ହାଇଦ୍ରାବାଦ:ବହୁଚର୍ଚ୍ଚିତ 2002 ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଦ । ଗତାକାଲି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ 7 ଦିନିଆ ରିମାଣ୍ଡରେ ନେଇଛି ଗୁଜୁରାଟ ପୋଲିସ । ତେବେ ଜାତୀୟ ଗଣମାଧ୍ୟମରେ ହଠାତ ଚର୍ଚ୍ଚାର ପରିସରରକୁ ଆସିଥିବା ଏହି ତିସ୍ତା କିଏ । କ’ଣ ରହିଛି ତାଙ୍କ ବିରୋଧରେ ଅଭିଯୋଗ । ଗଣମାଧ୍ୟମର ଖବର ଅନୁସାରେ ଗୋଧ୍ରା ଦଙ୍ଗା ମାମଲାରେ କ’ଣ ରହିଛି ସେ ଚଳାଉଥିବା ସାମାଜିକ ସଂଗଠନର ଭୂମିକା ? ତାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି ।
ସାମାଜିକ କର୍ମୀ ଓ ସମ୍ବାଦିକା:
ତିସ୍ତା ଜଣେ ସାମାଜିକ କର୍ମୀଙ୍କ ସହ ପୂର୍ବତନ ସାମ୍ବାଦିକା ମଧ୍ୟ । 2002 ଗୁଜୁରାଟ ଦଙ୍ଗା ସମ୍ପର୍କରେ ପୋଲିସକୁ ତାଙ୍କ ଦ୍ବାରା ପରିଚାଳିତ ସାମାଜିକ ସଂଗଠନ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ତେବେ ସର୍ବୋଚ୍ଚ କୋର୍ଟ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏସଆଇଟି ଦ୍ୱାରା ପ୍ରଦାନ କରାଯାଇଥିବା କ୍ଲିନ୍ ଚିଟ୍ ଚ୍ୟାଲେଞ୍ଜ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାର ଗୋଟିଏ ଦିନ ପରେ ହଠାତ ତିସ୍ତାଙ୍କ ବିରୋଧରେ ଏହି ସିରିଜ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି ।
ତିସ୍ତା ହେଉଛନ୍ତି CJP ର ପ୍ରତିଷ୍ଠାତା:-
ତିସ୍ତା ହେଉଛନ୍ତି NGO ସଂସ୍ଥା ସିଟିଜେନ ଫର ଜଷ୍ଟିସ ଆଣ୍ଡ ପିସ (CJP) ପ୍ରତିଷ୍ଠାତା ଓ ପରିଚାଳନା ମୁଖ୍ୟ । 2002 ରେ ଗୁଜୁରାଟରେ ହୋଇଥିବା ଭୟଙ୍କର ଦଙ୍ଗାରେ ପୀଡିତଙ୍କୁ ଆର୍ଥିକ, ଆଇନଗତ ଓ ସାମାଜିକ ସହାୟତା ପାଇଁ ତାଙ୍କ ସଂଗଠନ କାର୍ଯ୍ୟ କରିଥିଲା । ତେବେ ଏହି ଦଙ୍ଗାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କିଛି ବରିଷ୍ଠ ରାଜନେତାଙ୍କ ନାମରେ ମାମଲା ଦାଏର କରିଥିଲେ ତିସ୍ତା ଓ ତାଙ୍କ ସଙ୍ଗଠନ ।