ଡେରାଡୁନ: ଦୀର୍ଘ ଦିନ ଧରି ଦେବଭୂମି ଉତ୍ତରାଖଣ୍ଡ ରାଜାନୀତିରେ ଚାଲିଥିବା ସାମ୍ବିଧାନିକ ସଂକଟର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ହୋଇଛି । ଆସନ୍ତାକାଲି (ରବିବାର) ରାଜଭବନ ପରିସରରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।
ଗତକାଲି (ଶୁକ୍ରବାର) ଠାରୁ କିଏ ହେବେ ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତାକୁ ନେଇ ଡେରାଡୁନରୁ ଦିଲ୍ଲୀ ଯାଏଁ ଲାଗି ରହିଥିଲା ଚର୍ଚ୍ଚା ଆଲୋଚନା ଓ ଅଙ୍କକଷା । 3 ରୁ 4 ଜଣ ଦଳୀୟ ବିଧାୟକଙ୍କ ନାଁକୁ ନେଇ ତମାମ ଗଣମାଧ୍ୟମରେ ଚାଲିଲା ଭବିଷ୍ୟତବାଣୀ । ତେବେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କଲା ବିଜେପି ନେତୃତ୍ବର ନିଷ୍ପତ୍ତି । ଶେଷରେ ଉତ୍ତରାଖଣ୍ଡ ‘ଖଟିମା’ ବିଧାନସଭା ଆସନରୁ 2 ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପୁଷ୍କର ସିଂ ଧାମୀଙ୍କ ନାଁରେ ଲାଗିଲା ମୋହର ।
କିଏ ପୁଷ୍କର ସିଂ ଧାମୀ ?
ଆସନ୍ତାକାଲି (ରବିବାର) ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ପୁଷ୍କର ସିଂ ଧାମୀ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଚର୍ଚ୍ଚିତ ଯୁବ ଚେହେରା । ବର୍ଷ 2002 ରୁ 2008 ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ଏତତ ବ୍ୟତୀତ ବର୍ତ୍ତମାନର କାର୍ଯ୍ୟକାଳକୁ ନେଇ 2 ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୁଷ୍କର ସିଂ ଧାମୀଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଭାବେ କରିଛନ୍ତି ଦେଶସେବା । ପରିବାରରେ 3 ଭଉଣୀ ଥିବା ବେଳେ ପୁଷ୍କର ସିଂ ଧାମୀ ଜଣେ ଉଚ୍ଚ ଶିକ୍ଷିତ । ଧାମୀଙ୍କ ଜନ୍ମ 16 ସେପ୍ଟେମ୍ବର 1975 ରେ ପିଥୋରାଗଡ ସ୍ଥିତ ଟୁଣ୍ଡିରେ ହୋଇଥିଲା ।
ଖଟିମାରୁ ରାଜନୈତିକ ଜୀବନ ଆରମ୍ଭ...