ବେଙ୍ଗାଲୁରୁ: କର୍ଣ୍ଣାଟକ କିଙ୍ଗ ହେବା ପରେ ଜୋଶରେ କଂଗ୍ରେସ । ଫୁଲ ଦମର ଦଳୀୟ କର୍ମୀ। ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ରବିବାର ବସିବ ବିଧାୟକ ଦଳ ବୈଠକ। ଚୟନ ହେବେ ନୂଆ ନେତା। ୧୩୬ ଟି ଆସନ ଜିତି କଂଗ୍ରେସ ପାଇଛି ସ୍ପଷ୍ଟ ବହୁମତ। ଶକ୍ତିଶାଳୀ ବିଜେପିକୁ ଦକ୍ଷିଣ ଭାରତରୁ ଗାଦିଚ୍ୟୁତ କରି କଂଗ୍ରେସ ବଡ ଆଶ୍ବସ୍ତି ଅନୁଭବ କରୁଛି। ଆଗାମୀ ଦିନରେ କେନ୍ଦ୍ରରୁ ମଧ୍ୟ କ୍ଷମତାଚ୍ୟୁତ କରିବାକୁ ଦମ୍ଭୋକ୍ତି ଦେଖାଇଛି । ହେଲେ କଂଗ୍ରେସର ଏହି ଦମ୍ଭୋକ୍ତିର ଦମ କଣ? ପରାଜୟ ଦେଖି ଦେଖି ଟ୍ରାକରୁ ବାହାରିଯାଇଥିବା କଂଗ୍ରେସ କେମିତି ଫେରିଲା ବିଜୟ ପଥକୁ? କେଉଁ ରଣନୀତିରେ କଂଗ୍ରେସ କରୁଛି କାମ? କିଏ ସେହି ରଣନୀତିକାର? ଯିଏ କଂଗ୍ରେସକୁ ଦେଇଛନ୍ତି ଶକ୍ତିଶାଳୀ ସଞ୍ଜିବନୀ? ପଢନ୍ତୁ ପୁରା ରିପୋର୍ଟ...
ଏହାବି ପଢନ୍ତୁ Karnataka Result: ଭାଙ୍ଗିଗଲା ବିଜେପିର ଦାକ୍ଷିଣାତ୍ୟ ଦଖଲ ସ୍ବପ୍ନ
ସୁନୀଲ କାନୁଗୋଲୁ। କର୍ଣ୍ଣାଟକରେ କଂଗ୍ରେସ ବିଜୟର ପଟ୍ଟକଥା ଲେଖିଥିବା ରଣନୀତିକାର । ଯାହାଙ୍କର ରଣନୀତି ପାଇଁ ଆଜି କଂଗ୍ରେସ ବିଜୟ ବାନା ଉଡାଉଛି । କର୍ଣ୍ଣାଟକରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ପ୍ରମୁଖ ରଣନୀତିକାର ହେଉଛନ୍ତି ସୁନୀଲ କାନୁଗୋଲୁ । ପୁରା ନିର୍ବାଚନ ପ୍ରକ୍ରିୟାରେ କଂଗ୍ରେସର କଣ ହେବ ରଣନୀତି ସୁନୀଲ କରିଥିଲେ ରଚନା । କଂଗ୍ରେସର ପ୍ରାର୍ଥୀ ଚୟନ, ନିର୍ବାଚନ ପ୍ରଚାର, ଇସ୍ତାହାର, ପ୍ରଚାର ପ୍ରସଙ୍ଗ ସବୁଥିରେ ସୁନୀଲଙ୍କ ପ୍ରତ୍ୟେକ୍ଷ ଭୂମିକା ଥିଲା। ନିର୍ବାଚନ ପ୍ରଚାରରେ କଣ ପ୍ରସଙ୍ଗ ହେବ କେଉଁନେତା କେଉଁଠି କେବେ ପ୍ରଚାର କରିବେ, କେଉଁ ପ୍ରସଙ୍ଗକୁ ଆୟୁଧ କରିବେ, ବିଜେପିକୁ କିଭଳି ମୁକାବିଲା କରାଯିବ, ଆଚରଣ ଉଚ୍ଚାରଣ କିଭଳି ହେବ, ବିଜେପି ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗକୁ କିଭଳି ଲୋକଙ୍କ ଯାଏଁ ପହଞ୍ଚାଯିବ ସବୁ ରଣନୀତି କରିଥିଲେ ସୁନୀଲ । ସୁନୀଲ ରଣନୀତିକୁ ସଫଳ କରିବା ପାଇଁ ଟେକ୍ନୋଲୋଜୀକୁ ବ୍ୟବହାର କରି ଲୋକେ କଣ ଚାହୁଁଛନ୍ତି, କେଉଁ ପ୍ରସଙ୍ଗରେ ସରକାରଙ୍କ ପ୍ରତି ବିମୁଖ ଅଛନ୍ତି ସବୁ କିଛି ସର୍ଭେ କରି ରଣନୀତି କରିଥିଲେ । ସେହି ଅନୁସାରେ କଂଗ୍ରେସର ଷ୍ଟ୍ରାଟେଜୀ ପରିବର୍ତ୍ତନ କରୁଥିଲେ ।
ଗତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ ରଣନୀତିକାର ଭାବେ କଂଗ୍ରେସରେ ସାମିଲ ହୋଇଥିଲେ ସୁନୀଲ କାନୁଗୋଲୁ । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଗତ ବର୍ଷ ମେ ମାସରେ ଏକ ଟାକ୍ସ ଫୋର୍ସ ଗଠନ କରିଛି। ଯେଉଁଥିରେ ସୁନୀଲଙ୍କୁ ସଦସ୍ୟ ଭାବେ ସ୍ଥାନ ଦେଇଛି । କଂଗ୍ରେସ ସହ ସାମିଲ ହେବା ପୂର୍ବର ସୁନୀଲ ତାଲିମନାଡାରୁ ଡିଏମକେ, ଏଆଇଏଡିଏମକେ ଓ ବିଜେପି ପାଇଁ ମଧ୍ୟ କାମ କରିସାରିଛନ୍ତି । ୨୦୧୭ ରେ ୟୁପି ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତତକାରୀ ଟିମରେ କାମ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଡିଏମକେ ପାଇଁ କାମ କରିଥିଲେ । ୨୦୨୧ ତାଲିମନାଡୁ ବିଧାନସଭା ପାଇଁ ଏଆଇଏଡିଏମକେ ର ରଣନୀତି ପ୍ରସ୍ତୁତ କରିଥିଲେ ।