ଓଡିଶା

odisha

ETV Bharat / bharat

Mann Ki Baat: କିଏ ଲକ୍ଷ୍ମଣ ରାଓ, ଯାହାଙ୍କୁ ଜୀବନର ମାର୍ଗଦର୍ଶକ କହିଲେ ପ୍ରଧାନମନ୍ତ୍ରୀ - 100ତମ ମନ୍ କି ବାତ୍

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 100ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଏହି ସମୟରେ ଲକ୍ଷ୍ମଣ ରାଓ ଇନାମଦାର ନାମକ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ତେବେ କିଏ ଏହି ବ୍ୟକ୍ତି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

pm modi Mann Ki Baat
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

By

Published : Apr 30, 2023, 2:28 PM IST

ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ 100ତମ ଏପିସୋଡ ପୂରଣ କରିଛି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 100ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସମ୍ବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ଲକ୍ଷ୍ମଣରାଓ ଇନାମଦାର ନାମକ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ତାଙ୍କୁ ଜୀବନର ମାର୍ଗଦର୍ଶକ ବୋଲି କହିଥିଲେ । ଲକ୍ଷ୍ମଣରାଓ ହିଁ ତାଙ୍କୁ ସାମାଜିକ ଜୀବନରେ ମାର୍ଗଦର୍ଶନ ଦେଇଛନ୍ତି । କିଏ ଏହି ଲକ୍ଷ୍ମଣରାଓ ଯିଏ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ମାର୍ଗଦର୍ଶକ ଥିଲେ ।

pm modi Mann Ki Baat

100ତମ ମନ୍ କି ବାତ୍ ସମ୍ବୋଧନ ଆରମ୍ଭରୁ ପ୍ରଧାନମନ୍ତ୍ରୀ କହିଥିଲେ, ମନ୍ କି ବାତ୍ କେବଳ ମୋ ପାଇଁ ଏକ କାର୍ଯ୍ୟକ୍ରମ ନୁହେଁ ଏହା ମୋ ପାଇଁ ପୂଜା, ବ୍ରତ ଆସ୍ଥା । ଏହି କାର୍ଯ୍ୟକ୍ରମ ଏପରି ଏକ ପ୍ଲାର୍ଟଫର୍ମ ଯେଉଁଠି ଅନ୍ୟଙ୍କ ପାଖରୁ ଶିଖିବାକୁ ମିଳେ । ମୋ ପାଇଁ ମନ୍ କି ବାତ୍ ଅନ୍ୟଙ୍କ ଗୁଣକୁ ପୂଜା କରିବାର ମାଧ୍ୟମ । ମୋର ଜଣେ ମାର୍ଗଦର୍ଶକ ଥିଲେ ଲକ୍ଷ୍ମଣରାଓ ଜୀ ଇନାମଦାର ତାଙ୍କୁ ମୁଁ ଓକିଲ ବାବୁ କୁହେ । ସେ ସବୁବେଳେ ଅନ୍ୟଙ୍କ ଗୁଣକୁ ପୂଜା କରିବାକୁ କହୁଥିଲେ । ସାମ୍ନାରେ ଯେ କେହି ବି ହେଉ ତୁମ ବିରୋଧୀ ହେଉ ବା ସମର୍ଥକ ତାଙ୍କ ଭଲ ଗୁଣରୁ ଖିଶିବାକୁ ପ୍ରୟାସ କରିବାକୁ ହେବ । ମନ୍ କି ବାତ୍ ଅନ୍ୟମାନଙ୍କ ଗୁଣରୁ କିଛି ଶିଖିବାର ମାଧ୍ୟମ ହୋଇଛି ।''

କିଏ ଲକ୍ଷ୍ମଣରାଓ ଇନାମଦାର: ମନ୍ କି ବାତ୍ 100ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବ୍ୟକ୍ତିତ୍ବ ଲକ୍ଷ୍ମଣରାଓ ଇନାମଦାର 1917 ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିଲେ । ସେ 10 ଭାଇ ଭଉଣୀ ଥିଲେ । 1943ରେ ପୁଣେ ବିଶ୍ବବିଦ୍ୟାଳୟରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଆରଏସଏସରେ ସାମିଲ ହୋଇଥିଲେ । ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ହାଇଦ୍ରାବାର ନିଜାମ ଶାସନ ବିରୋଧରେ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ପୁଣି ଗୁଜୁରାଟରେ ଜଣେ ପ୍ରଚାରକ ଆକାରରେ ସାମିଲ ହୋଇଥିଲେ । ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢନ୍ତୁ...ମନ୍ କି ବାତ୍ ମୋ ପାଇଁ ପୂଜା ଆସ୍ଥା କହିଲେ ପ୍ରଧାନମନ୍ତ୍ରୀ, ମନେ ପକାଇଲେ ଡି.ପ୍ରକାଶ ରାଓଙ୍କ କଥା

ମୋଦିଙ୍କ ସହ ଲକ୍ଷ୍ମଣରାଓଙ୍କ ପ୍ରଥମ ଦେଖା:1960 ମସିହାରେ ନରେନ୍ଦ୍ର ମୋଦି ପ୍ରଥମଥର ଲକ୍ଷ୍ମଣରାଓଙ୍କୁ ସାକ୍ଷାତ କରିଥିଲେ । ସେବେ ଲକ୍ଷ୍ମଣରାଓ ଯୁବବର୍ଗଙ୍କୁ ଆରଏସଏସରେ ସାମିଲ ହେବାକୁ ଆହ୍ବାନ ଦେଉଥିଲେ । ଗୁଜୁରାଟ ବଡନଗରରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ମୋଦିଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା । 2008ରେ ମୋଦି 'ଜ୍ୟୋତିପୁଞ୍ଜ' ନାମକ ପୁସ୍ତକ ଲେଖିଥିଲେ ଯେଉଁଥିରେ ଲକ୍ଷ୍ମଣନାଥରାଓଙ୍କ କଥା ରହିଛି । 17 ବର୍ଷ ବୟସରେ ମୋଦି 1969ରେ ହାଇସ୍କୁଲ ପାଠପଢା ପରେ ଘର ଛାଡିଥିଲେ । ଲକ୍ଷ୍ମଣରାଓ ନରେନ୍ଦ୍ର ମୋଦିଙ୍କ ଜୀବନକୁ ପ୍ରଭାବିତ କରିଥିଲେ । ସାମାଜିକ ମୁଦ୍ଦା ଉପରେ ମୋଦିଙ୍କ ଚିନ୍ତା ପ୍ରକଟ, କଠୋର ଅନୁଶାସନ ଏବଂ ପରିଶ୍ରମ କରିବାର କ୍ଷମତା ଲକ୍ଷ୍ମଣରାଓ ଇନମଦାରଙ୍କଠାରୁ ଶିଖିଛନ୍ତି ।

ABOUT THE AUTHOR

...view details