ନୂଆଦିଲ୍ଲୀ:ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭ୍ୟାକ୍ସିନକୁ ବ୍ୟବହାରିକ ଅନୁମତି ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ WHOର ଏକ ବୈଶୟିକ ପ୍ୟାନେଲ କମିଟି ସ୍ପଷ୍ଟ କରିଛି । ତେବେ ଏହାକୁ ବ୍ୟବହାରିକ ଅନୁମତି ପରେ ବିଶ୍ବର କୌଣସି ଦେଶ ଏବେ ଏହି ଟିକାକୁ ଭାରତ ଠାରୁ କିଣିବା ସହ ବ୍ୟବହାର କରିପାରିବେ । ହାଇଦ୍ରାବାଦର ଫାର୍ମା କମ୍ପାନୀ ’ଭାରତ ବାୟୋଟେକ’ ଏହି କୋଭିଡ ଟିକାକୁ ପ୍ରସ୍ତୁତ କରିଛି । ପୂର୍ବରୁ ଭାରତ ସରକାର ଏହାର ବ୍ୟବହାରକୁ ବୈଧ କରିବା ସହ ଟୀକାକରଣ ଡ୍ରାଇଭରେ ମଧ୍ୟ ବହୁଳ ଭାବେ ବ୍ୟବହାର କରିସାରିଛନ୍ତି ।
କୋଭ୍ୟାକ୍ସିନ ମନୁଷ୍ୟ ଶରୀରରେ 77.8 ପ୍ରତିଶତ ପଳପ୍ରଦ ବୋଲି ଗବେଷଣାରୁ ଜଣାପଡିଛି । ଗବେଷଣାରୁ ଏପରି ସକରାତ୍ମକ ଫଳାଫଳ ମିଳିବା ପରେ ଏହାକୁ ଜରୁରୀକାଳୀନ ବ୍ୟବହାର ତାଲିକା (TAG-EUL) ପାଇଁ ବୈଷୟିକ ପରାମର୍ଶଦାତା ପ୍ୟାନେଲ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୁପାରିଶ କରିଥିଲେ । ତେବେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ବସ୍ତରୀୟ ସ୍ବୀକୃତି ପ୍ରଦାନ କରିଛି ।