ଓଡିଶା

odisha

ETV Bharat / bharat

WHO ଚେତାବନୀ, ବିଶ୍ବରେ ଧିରେ ଧିରେ ଆସୁଛି 3ୟ ଲହର - ନୂଆ ଭ୍ୟାରିଆଣ୍ଟ

କୋରୋନା ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ବରେ ବ୍ୟାପିବାର ଆଶଙ୍କା ରହିଥିବା ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି । ଅଧିକ ପଢନ୍ତୁ...

WHO ଚେତାବନୀ, ବିପଦଜନକ ଭ୍ୟାରିଆଣ୍ଟ ବିଶ୍ବରେ ରଚିପାରେ ତାଣ୍ଡବ
WHO ଚେତାବନୀ, ବିପଦଜନକ ଭ୍ୟାରିଆଣ୍ଟ ବିଶ୍ବରେ ରଚିପାରେ ତାଣ୍ଡବ

By

Published : Jul 15, 2021, 10:59 PM IST

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କମୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏହାରି ମଧ୍ୟରେ ଭୟ ବଢାଉଛି ମହାମାରୀ କୋରୋନା ତୃତୀୟ ଲହରୀ ଆଶଙ୍କା । କୋରୋନା ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ବରେ ବ୍ୟାପିବାର ଆଶଙ୍କା ରହିଥିବା ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କମିଟି ।

ମହାମାରୀ କେଉଁଠାରେ ବି ଶେଷ ହୋଇନାହିଁ । ନୂତନ ତଥା ସମ୍ଭାବ୍ୟ ରୂପରୁ ବିପଜ୍ଜନକ ସ୍ବରୂପ ବିଶ୍ବବ୍ୟାପୀ କାୟା ବିସ୍ତାର ହେବାର ଦୃଢ ଆଶଙ୍କା ରହିଥିବା କମିଟି କହିଛି । ଏହା ଆହୁରି ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି ।

ଟୀକାକରଣ ବିନା ଯାତ୍ରୀମାନଙ୍କ ପ୍ରବେଶକୁ ନିଷେଧ କରୁଥିବା ନିୟମପର ବିତର୍କ ଉପରେ କମିଟି ନିଜର ଆଭିମୁଖ୍ୟ ବଜାୟ ରଖିଛି । ଅନ୍ତର୍ଜାତୀୟ ଯାତ୍ରା ପାଇଁ କୋଭିଡ -19 ଟୀକାକରଣର ପ୍ରମାଣ ଆବଶ୍ୟକ ନୁହେଁ ବୋଲି କହିଛି WHO ।

ବିଶେଷଜ୍ଞମାନେ କହିଛନ୍ତି ଯେ ଟୀକାକରଣର ଅସମାନ ବଣ୍ଟନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରାକୁ ଅନୁମତି ଦେବା ପାଇଁ କେବଳ ଟୀକାକରଣ ଏକମାତ୍ର ଆବଶ୍ୟକତା ନୁହେଁ । ବିଶେଷଜ୍ଞମାନେ ପୂର୍ବରୁ କହିଥିଲେ ଯେ ଟୀକାକରଣର ପ୍ରମାଣର ଆବଶ୍ୟକତା ଅସମାନତାକୁ ଆହୁରି ଗଭୀର କରିଥାଏ ଏବଂ ଅସମାନ ଗତିବିଧିକୁ ପ୍ରୋତ୍ସାହିତ କରିଥାଏ।

ABOUT THE AUTHOR

...view details