ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ବିଶ୍ବରେ ଭାରତ ନେଇଥିବା ପଦକ୍ଷେପ ତଥା ଟିକାର ସଫଳ ଉତ୍ପାଦନକୁ ପ୍ରଶଂସା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଗେବ୍ରେଏସ୍ ।
ଭାରତକୁ ପ୍ରଶଂସା କରି ଟେଡ୍ରୋସ କହିଛନ୍ତି, କୋରୋନା ମହାମାରୀ ବିରୋଧରେ ଭାରତ ତାର ନିର୍ଣ୍ଣାୟକ ନିଷ୍ପତ୍ତି ନେବା ସହିତ ଏହାରୁ ମୁଳପୋଛ କରିବାକୁ ସଂକଳ୍ପବଦ୍ଧତା ପ୍ରର୍ଦଶନ କରି ଆସୁଛି । ବିଶ୍ବର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ଭାବରେ ଭଲ ସ୍ଥାନରେ ରହିଛି ଭାରତ । କୋରୋନା ବିରୁଦ୍ଧରେ ଲଢିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ବେଶ ପ୍ରଶଂସା କରିବା ସହ ଏକା ସହିତ କାମ କରି ବିଶ୍ବର ସମସ୍ତ ଲୋକଙ୍କ ପାଖରେ ପ୍ରଭାବଶାଳି ନିରାପଦ ଟିକା ପହଞ୍ଚାଇ ପାରିବା ବୋଲି ଟ୍ବିଟ କରି କହିଛନ୍ତି WHOର ମହାନିର୍ଦ୍ଦେଶକ ।