ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଘାରିଛି ମଙ୍କିପକ୍ସ ଭୟ । ଏହି ନୂଆ ଭୂତାଣୁ ଏବେ ଦେଶ ପାଇଁ ମୁଣ୍ଡବିନ୍ଧା ସାଜିଛି । ଭାରତରେ ଦୁଇ ତିନି ଜଣ ଆକ୍ରାନ୍ତ ଚିହ୍ନଟ ପରେ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ବଡ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ପୁରୁଷ ସହ ଶାରିରୀକ ସମ୍ବନ୍ଧ ରଖୁଥିବା ପୁରୁଷମାନେ ଏଥିରେ ଅଧିକ ସଂକ୍ରମିତ ହେଉଛନ୍ତି । ତେଣୁ ଏହି ଭୂତାଣୁ କବଳରୁ ସୁରକ୍ଷିତ ରହିବାକୁ ହେଲେ ପୁରୁଷମାନଙ୍କୁ ଏକାଧିକ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ନ ରଖିବାକୁ ସଚେତନ କରିଛନ୍ତି ହୁ ମୁଖ୍ୟ ।
Monkeypox Scare: ପୁରୁଷଙ୍କୁ WHOର ପରାମର୍ଶ, ସୀମିତ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ରଖନ୍ତୁ - WHO advises men to reduce sexual partners
ମଙ୍କିପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ପରମର୍ଶ । ପୁରୁଷମାନଙ୍କୁ ଏକାଧିକ ସାଥୀଙ୍କ ସହ ଶାରିରୀକ ସମ୍ପର୍କ ନ ରଖିବାକୁ କହିଲା ହୁ । ଅଧିକ ପଢନ୍ତୁ
ପ୍ରଥମେ ଆଫ୍ରିକାର କିଛି ପ୍ରାନ୍ତରେ ମଙ୍କିପକ୍ସ ଦେଖାଦେଇଥିଲା । ମୂଷା କିମ୍ବା ଅନ୍ୟାନ୍ୟ ଛୋଟ ଛୋଟ ପ୍ରାଣୀ କାମୁଡିବା ଦ୍ବାରା ଲୋକମାନେ ଏହି ଭୂତାଣୁରେ ସଂକ୍ରମିତ ହେଉଥିଲେ । କିନ୍ତୁ ବର୍ଷ ଆରମ୍ଭରୁ ଏବେ ଯାଏଁ ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ୧୫ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି । ଆମେରିକା ଏବଂ ୟୁରୋପରେ ପୁରୁଷ ସହ ଶାରିରୀକ ସମ୍ବନ୍ଧ ରଖୁଥିବା ପୁରୁଷମାନେ ଅଧିକ ସଂକ୍ରମିତ ହୋଇଛନ୍ତି । ହୁ ମୁଖ୍ୟ କହିଛନ୍ତି, ''ମକ୍ସିପକ୍ସ ଆରମ୍ଭ ପରଠାରୁ ଯେତେ ବି ଲୋକେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ବାଇସେକ୍ସୁଆଲ (bisexual), ଗେ(gay) ଏବଂ ଅନ୍ୟାନ୍ୟ ପୁରୁଷ ଅଟନ୍ତି ଯେଉଁମାନେ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାନ୍ତି ।'' ତେଣୁ ଏ ଦିଗରେ ଯତ୍ନବାନ ହେବାକୁ ଏବଂ ସୀମିତ ସଂଖ୍ୟା ସାଥr ରଖିବାକୁ ସେ କହିଛନ୍ତି । ତେବେ ଯେକୌଣସି ବ୍ୟକ୍ତି ଭୂତାଣୁ ସଂସ୍ପର୍ଶରେ ଆସିପାରିବେ ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ୬ରୁ ୧୩ ଦିନ ମଧ୍ୟରେ ଅନ୍ୟ ଜଣେ ସଂକ୍ରମିତ ହୋଇଥାଏ । କିଛି ଜଣଙ୍କ କ୍ଷେତ୍ରରେ ସଂକ୍ରମଣ ହେବା ପାଇଁ ୫ରୁ ୨୧ଦିନ ସମୟ ଲାଗିଥାଏ । ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଇଥାଏ । ଜ୍ବର, ପ୍ରବଳ ମୁଣ୍ଡବ୍ୟଥା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଗଣ୍ଠିରେ ଯନ୍ତ୍ରାଣ ହେବା ଏହାର ସାଧାରଣ ଲକ୍ଷଣ । ପ୍ରାୟ ୧୩ ଦିନ ଜ୍ବର ହେବା ପରେ ଚର୍ମରେ ଦାଗ ହୋଇଥାଏ ଏବଂ ଜଳରେ ଭର୍ତ୍ତି ଫୋଟକା ମୁହଁ, ହାତ, ଗୋଡ, ପାପୁଲି ଏବଂ ଆଖିରେ ଦେଖାଯିବା ଆରମ୍ଭ କରେ ।
TAGGED:
monkeypox scare