ଓଡିଶା

odisha

ETV Bharat / bharat

କର୍ତ୍ତବ୍ୟ ପାଳନ ସମୟରେ ଲକ୍ଷ୍ମଣ ରେଖାକୁ ଧ୍ୟାନରେ ରଖିବା ଉଚିତ୍: CJI - ମୁଖ୍ୟ ବିଚାରପତି ସମ୍ମିଳନୀ

ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ସଂଯୁକ୍ତ ସମ୍ମିଳନୀରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(CJI)ଙ୍କ ଉଦବୋଧନ । କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ନିଜ ଲକ୍ଷ୍ମଣ ରେଖାକୁ ଧ୍ୟାନରେ ରଖିବା ଉଚିତ୍ କହିଲେ CJI । ଅଧିକ ପଢନ୍ତୁ

ଡ୍ୟୁଟି ସମୟରେ ଲକ୍ଷ୍ମଣ ରେଖାକୁ ଧ୍ୟାନରେ ରଖିବା ଉଚିତ୍: CJI
ଡ୍ୟୁଟି ସମୟରେ ଲକ୍ଷ୍ମଣ ରେଖାକୁ ଧ୍ୟାନରେ ରଖିବା ଉଚିତ୍: CJI

By

Published : Apr 30, 2022, 1:58 PM IST

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ଠାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ସଂଯୁକ୍ତ ସମ୍ମିଳନୀ( Joint Conference of Chief Ministers and Chief Justices of High Courts)କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ଦେଶର ବିଭିନ୍ନ ହାଇକୋର୍ଟଙ୍କ ଦ୍ବାରା ହେଉଥିବା ସମ୍ମିଳନୀ । ଏଥିରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା(N. V. Ramana) ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ମୁଖ୍ୟ ବିଚାରପତି ଉଦବୋଧନ ଦେଇଛନ୍ତି, 'ସମ୍ବିଧାନ ଦେଶର ତିନୋଟି ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଭିନ୍ନ ଭିନ୍ନ କ୍ଷମତା ଦେଇଛି । ତେଣୁ ଏହି ତିନୋଟି ଅଙ୍ଗ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ନିଜ ଲକ୍ଷ୍ମଣ ରେଖାକୁ ଧ୍ୟାନରେ ରଖିବା ଉଚିତ୍ ।'

ଏହାମଧ୍ୟ ପଢନ୍ତୁ:ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ସଂଯୁକ୍ତ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି

CJI ଏନଭି ରମଣା ସମ୍ମିଳନୀରେ ସରକାରଙ୍କ ମନୋଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି, 'ଅନେକ ଥର କୋର୍ଟର ନିଷ୍ପତ୍ତି ପରେ ମଧ୍ୟ ସରକାର ସେ ଦିଗରେ ନିଷ୍କ୍ରିୟ ରହୁନ୍ତି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଏଭଳି ମନୋଭାବ ଠିକ୍ ନୁହେଁ । ସମ୍ବିଧାନ ତିନୋଟି ଅଙ୍ଗକୁ ପୃଥକ କ୍ଷମତା ପ୍ରଦାନ କରେ ଏବଂ ସେମାନଙ୍କ ମଧ୍ୟରେ ସୁସଂଗତ କାର୍ଯ୍ୟ ଗଣତନ୍ତ୍ରକୁ ମଜବୁତ କରେ ।'

ABOUT THE AUTHOR

...view details