ଓଡିଶା

odisha

ଇସ୍ତଫା ଦେଲେ ହ୍ୱାଟ୍ସଆପ ଇଣ୍ଡିଆ ମୁଖ୍ୟ

By

Published : Nov 15, 2022, 7:58 PM IST

ପଦରୁ ଇସ୍ତଫା ଦେଲେ ହ୍ବାଟ୍ସଆପ ଇଣ୍ଡିଆ ମୁଖ୍ୟ ଅଭିଜତ ବୋଷ (Abhijit Bose step down) । ଫେସବୁକ ଇଣ୍ଡିଆର ଜନ ନୀତି ମୁଖ୍ୟ ରାଜୀବ ଅଗ୍ରଓ୍ବାଲ ମଧ୍ୟ ଛାଡିଲେ ପଦ । ନିକଟରେ 11 ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଥିଲା ମୂଳ ସଂସ୍ଥା ମେଟା । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ହ୍ବାଟ୍ସଆପ ଇଣ୍ଡିଆ ମୁଖ୍ୟ ଅଭିଜତ ବୋଷ
ଇସ୍ତଫା ଦେଲେ ହ୍ବାଟ୍ସଆପ ଇଣ୍ଡିଆ ମୁଖ୍ୟ ଅଭିଜତ ବୋଷ

ନୂଆଦିଲ୍ଲୀ: ଲୋକପ୍ରିୟ ତଥା ବହୁଳ ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପର ଇଣ୍ଡିଆର ମୁଖ୍ୟ ଅଭିଜିତ ବୋଷ ଇସ୍ତଫା ଦେଇଛନ୍ତି (Abhijit Bose step down)। ବୋଷଙ୍କ ସହ ଫେସବୁକ ଇଣ୍ଡିଆର ଜନନୀତି ମୁଖ୍ୟ ରାଜୀବ ଅଗ୍ରଓ୍ବାଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ସୋସିଆଲ ମିଡିଆ ପ୍ଲାଟଫର୍ମର ମୂଳ କମ୍ପାନୀ ମେଟା 11 ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ନେବା ପରେ ଉଭୟ ଅଧିକାରୀ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି (Facebook Public Policy Director step down)।

ନଭେମ୍ବର 9 ତାରିଖରେ ଉଭୟ ସଂସ୍ଥାର ମୂଳ କମ୍ପାନୀ ମେଟା ନିଜର ମୋଟ ମାନବ ସମ୍ବଳର 9 ପ୍ରତିଶତ ହ୍ରାସ କରିବା ପାଇଁ ନଷ୍ପତ୍ତି ନେଇଥିଲା । ଏହି ଅନୁପାତରେ ସଂସ୍ଥା ମୋଟ 11 ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ସେବାନିବୃତ୍ତ କରିବାକୁ ଯାଉଥିବା ନେଇ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ସୂଚନା ଦେଇଥିଲେ ।

ତେବେ ଭାରତରେ ସଂସ୍ଥାର ଦୁଇ ପ୍ଲାଟଫର୍ମର ବରିଷ୍ଠ ଅଧିକାରୀଙ୍କ ଇସ୍ତଫା ପରେ ହ୍ବାଟ୍ସଆପର ଜନନୀତି ନିର୍ଦ୍ଦେଶକ ଶିବନ୍ତ ଥୁକରାଲଙ୍କୁ ଭାରତରେ ମେଟାର ସମସ୍ତ ପ୍ଲାଟଫର୍ମର ଜନନୀତି ବ୍ୟାପାର ମୁଖ୍ୟ ଭାବେ ସଂସ୍ଥା ନିଯୁକ୍ତ କରିଛି । ସେହିପରି ହ୍ବାଟ୍ସଆପ ମୁଖ୍ୟ ଅଭିଜିତ ବୋଷଙ୍କ ସ୍ଥାନରେ କାହାକୁ ଦାୟିତ୍ବ ମିଳିବ ସେ ନେଇ କିଛି ସୂଚନା ମିଳିନି ।

ବିଶ୍ବର ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ‘ମେଟା’ ଏବେ ଆର୍ଥିକ ସଂଙ୍କଟ ମଧ୍ୟରେ ଗତି କରୁଛି । ଦେବାଳିଆ ହେବାର ଆଶଙ୍କା ଥିବାରୁ ସଂସ୍ଥା ତାର ଖର୍ଚ୍ଚ ହ୍ରାସ କରିବା ପାଇଁ ଏକାଧିକ ପ୍ରକ୍ରିୟା ଆରମ୍ଭ କରି ସାରିଛି । କମ୍ପାନୀ ନିଜ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରିବା ନେଇ ଘୋଷଣା ମଧ୍ୟ କରିସାରିଛି । ମୋଟ ମାନବ ସମ୍ବଳର 9 ପ୍ରତିଶତ ବା 11 ହଜାର କର୍ମଚାରୀଙ୍କୁ ସଂସ୍ଥା ଛଟେଇ କରିବା ପ୍ରକ୍ରିୟା ମଧ୍ଯ ଆରମ୍ଭ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details