ବେଙ୍ଗାଲୁରୁ: ମାଙ୍ଗାଲୋର ବିମାନ ବନ୍ଦରରେ ବମ୍ ଆତଙ୍କ ସୃଷ୍ଟି କରି ହରଡ଼ଘଣାରେ ପଡ଼ିଲେ ଦୁଇ ଯାତ୍ରୀ (Passenger created chaos in Mangalore Airport)। ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ମଜା କଥା ବିମାନ ବନ୍ଦରରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ନେଇ ସ୍ଥାନୀୟ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ମାଙ୍ଗାଲୋର ବିମାନ ବନ୍ଦରରେ ଆତଙ୍କ, ଦୁଇ ଯାତ୍ରୀ ଅଟକ - ମାଙ୍ଗାଲୋର ବିମାନ ବନ୍ଦରରେ ବମ୍ ଆତଙ୍କ
ମାଙ୍ଗାଲୋର ବିମାନ ବନ୍ଦରରେ ଆତଙ୍କ ସୃଷ୍ଟି କଲେ ଦୁଇ ଯାତ୍ରୀ Passenger created chaos in Mangalore Airport । ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଧିକ ପଢ଼ନ୍ତୁ
ଏହି ଦୁଇଜଣ ୨୩ ବର୍ଷୀୟ ଯୁବକ ଓ ଯୁବତୀ ହେଉଛନ୍ତି ଗାଜିଆବାଦ୍ର ସିମରନ୍ ଟମ୍ ଓ ସାହିବାବାଦ୍ର ଦୀପାୟନ ମାଞ୍ଜି । ଏହି ସମୟରେ ବିମାନ ବନ୍ଦରରେ ଯୁବତୀ ଜଣକ ନିଜ ବନ୍ଧୁଙ୍କୁ ତୁମ ଜଣେ ମାନବ ବମ୍ ବୋଲି ଲେଖି ମେସେଜ୍ କରିଥିଲେ(You Are a bomber) । ଯୁବକଙ୍କ ପଛରେ ବସିଥିବା ଜଣେ ମହିଳା ଯାତ୍ରୀ ଏହି ଚାଟ୍ ଦେଖି ବିମାନ ବନ୍ଦର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଏହାକୁ ନେଇ CISFଙ୍କୁ ଖବର ମିଳିବା ପରେ ଉଭୟ ଯୁବକ ଓ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ବ୍ୟାଗେଜ୍ର ଯାଞ୍ଚ ଜାରି ରହିଛି । ସିମରନ୍ ଟମ୍ ବେଙ୍ଗାଲୁରୁ ଦେଇ ଚେନ୍ନାଇ ଯାଉଥିବାବେଳେ ଦୀପାୟନ ବେଙ୍ଗାଲୁରୁରୁ ମୁମ୍ବାଇ ଯାଉଥିଲେ । ତେବେ ଉଭୟଙ୍କୁ ବିମାନରେ ବସିବାକୁ ଦେଇନାହି ପୋଲିସ । ସିମରନ୍ ଟମ୍ ଚେନ୍ନାଇର ମାରି କଲେଜ୍ରେ ମ୍ୟାନେଜମେଣ୍ଟ୍ରେ ପାଠ ପଢ଼ୁଥିବା ଜଣାପଡିଛି ଓ ଦୀପାୟନ ଗୁଜୁରାଟର ଏଲ୍ ଆଣ୍ଡ ଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।