ନୂଆଦିଲ୍ଲୀ:ଭାରତରେ ୧୮.୫୮ ଲକ୍ଷ ହ୍ବାଟସ୍ଆପ୍ ୟୁଜର ଆକାଉଣ୍ଟକୁ ରଦ୍ଦ କଲା ହ୍ବାଟସ୍ଆପ୍ । କମ୍ପାନୀର ମେକାନିଜିମ୍ ଓ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଏହି ପଦକ୍ଷେପ ନେଇଛି ହ୍ବାଟସ୍ଆପ୍ । ତେବେ ଏହି ସବୁ ଆକାଉଣ୍ଟକୁ ଗତ ଜାନୁଆରୀ ୨୦୨୨ରେ ହ୍ବାଟସ୍ଆପ୍ ପକ୍ଷରୁ ନିଷେଦ୍ଧ କରାଯାଇଛି ।
ଏହି ୧୮.୫୮ ଲକ୍ଷ ହ୍ବାଟସ୍ଆପ୍ ଆକାଉଣ୍ଟ କମ୍ପାନୀର ଆଇନ ବିରୋଧୀ କାର୍ଯ୍ୟକଳାପ କରିଥିବାରୁ ନିଷେଧ ନେଇ ହ୍ବାଟସ୍ଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସେହିପରି ୪୯୫ଟି ଭାରତୀୟ ଆକାଉଣ୍ଟ ବିରୋଧରେ ହ୍ବାଟସ୍ଆପ୍ ନିକଟରେ ଅଭିଯୋଗ ହୋଇଥିଲା । ଏଥିମଧ୍ୟରୁ ୨୮୫ଟି ଆକାଉଣ୍ଟ ନିଷେଧ ହୋଇଛି ।
ସେହିଭଳି ଏହି ୪୯୫ ଆକାଉଣ୍ଟ ମଧ୍ୟରୁ ୨୪ଟି ଉପରେ ପ୍ରତିବନ୍ଧକ ଲଗେଇଛି ହ୍ବାଟସ୍ଆପ୍ । ତେବେ ନିଷେଧ ହୋଇଥିବା ୧୮.୫୮ ଲକ୍ଷ ହ୍ବାଟସ୍ଆପ୍ ଆକାଉଣ୍ଟରୁ ଅଧିକାଂଶ ଆକାଉଣ୍ଟ କ୍ଷତିକାରକ ବ୍ୟବହାର ସହ ନିୟମ ଭଙ୍ଗ ପାଇଁ ରଦ୍ଦ କରାଯାଇଛି । ଏହା କମ୍ପାନୀ ଆପ୍ ଦ୍ବାର ନିୟୋଜିତ ଟୁଲ୍ସ ସହାୟତାରେ ରଦ୍ଦ କରାଯାଇଛି ।