ନୂଆଦିଲ୍ଲୀ: ହ୍ବାଟ୍ସଆପର ଆଶ୍ଚର୍ଯ୍ୟଜନକ ରିପୋର୍ଟ । ମେସେଜିଙ୍ଗ୍ ସେବା WhatsApp ଚଳିତ ବର୍ଷ ମେ 15ରୁ ଜୁନ 15 ମଧ୍ୟରେ 20 ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ରୋକ ଲଗାଇଛି । ଏହି ସମୟ ମଧ୍ୟରେ ଅଭିଯୋଗର ମିଳିଛି 345ଟି ରିପୋର୍ଟ । ପ୍ରଥମ ମାସିକ ଅନୁପାଳନର ରିପୋର୍ଟରେ ଏହି ସୂଚନା ଦେଇଛି କମ୍ପାନୀ ।
ନୂତନ ଆଇଟି ନିୟମ ଅନୁଯାୟୀ ଏହି ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ନୂତନ ନିୟମ ଅନୁଯାୟୀ, 50 ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ ।
ଏହି ରିପୋର୍ଟରେ, ଏହି ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ସେମାନଙ୍କ ଉପରେ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିବା ଆବଶ୍ୟକ । କମ୍ପାନୀ ସ୍ପଷ୍ଟ କରିଛି ଯେ 95%ରୁ ଅଧିକ ସ୍ପାମ ମ୍ୟାସେଜ ଅନଧିକୃତ ବ୍ୟବହାର ହେତୁ ହୋଇଥାଏ। ଫେସବୁକ ମାଲିକାନା କମ୍ପାନୀ କହିଛି ଯେ ଏହାର ସିଷ୍ଟମ ଅଧିକ ଉନ୍ନତ ହୋଇଥିବାରୁ ଅଧିକ ଆକାଉଣ୍ଟ ଚିହ୍ନଟ କରିବାରେ ସାହାଯ୍ୟ କରୁଛି । ଏନେଇ 2019ଠାରୁ ବ୍ଲକ ହୋଇଥିବା ଆକାଉଣ୍ଟ ସଂଖ୍ୟା ବୃଦ୍ଧି ପାଇଛି ।
ହ୍ବାଟ୍ସଆପ ବିଶ୍ବରେ ପ୍ରତି ମାସରେ ହାରାହାରି 80 ଲକ୍ଷ ଆକାଉଣ୍ଟ ଉପରେ ରୋକ ଲଗାଉଛି। ଗୁଗଲ୍, କୁ, ଟ୍ବିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସହିତ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ସେମାନଙ୍କର ଅନୁପାଳନ ରିପୋର୍ଟ ଦାଖଲ କରିଛନ୍ତି ।