ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ଟାର୍ଗେଟ କଲେ ଇରାନୀ, କହିଲେ ସଂସଦ ଲୋକାର୍ପଣ ବର୍ଜନ କେଉଁ ପ୍ରକାର ମହବତ କୀ ଦୋକାନ - ରାହୁଲଙ୍କ ମହବତର ଦୋକାନ ଉପାଖ୍ୟାନ

ରାହୁଲଙ୍କୁ ମହବତ କୀ ଦୁକାନର ଅର୍ଥ ପଚାରିଲେ ସ୍ମୃତି ଇରାନୀ । କହିଲେ, ସଂସଦ ଭବନ ଲୋକାର୍ପଣ ବର୍ଜନ କେଉଁ ‘ମହବତ କୀ ଦୁକାନ’ ଥିଲା । ଅଧିକ ପଢନ୍ତୁ

ରାହୁଲଙ୍କୁ ଟାର୍ଗେଟ କଲେ ଇରାନୀ, କହିଲେ ସଂସଦ ଲୋକାର୍ପଣ ବର୍ଜନ କେଉଁ ପ୍ରକାର ମହବତର ଦୋକାନ
ରାହୁଲଙ୍କୁ ଟାର୍ଗେଟ କଲେ ଇରାନୀ, କହିଲେ ସଂସଦ ଲୋକାର୍ପଣ ବର୍ଜନ କେଉଁ ପ୍ରକାର ମହବତର ଦୋକାନ

By

Published : Jun 8, 2023, 6:21 PM IST

ହାଇଦ୍ରାବାଦ:କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିନ୍ନ ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଘୃଣାର ବଜାର ବନ୍ଦ ହୋଇଛି । ପ୍ରେମର ଦୋକାନ (ମହବୋତ୍‌ କି ଦୁକାନ) ଖୋଲିଛି ବୋଲି କହି ବିଜେପିକୁ ପରୋକ୍ଷରେ ଘୃଣା ସୃଷ୍ଟିକାରୀ ବୋଲି ସମାଲୋଚନା କରିଥିଲେ ରାହୁଲ ଗାନ୍ଧୀ । ଏବେ ରାହୁଲଙ୍କ ସେହି ଉପାଖ୍ୟାନକୁ ନେଇ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟାର୍ଗେଟ କରିଛନ୍ତି । ଏକାଧିକ ପ୍ରସଙ୍ଗରେ ସେ କଂଗ୍ରେସକୁ ଟାର୍ଗେଟ କରି କ’ଣ ଏହା ‘ମହବତ କୀ ଦୁକାନ’ ବୋଲି ପ୍ରଶ୍ନ କରିଛନ୍ତି ।

ନୂଆ ସଂସଦ ଲୋକାର୍ପଣକୁ ବର୍ଜନ କରିବା କ’ଣ ମହବତ କି ଦୁକାନ କି ବୋଲି ପ୍ରଶ୍ନ କରିଛନ୍ତି ଇରାନୀ । କେବଳ ଗୋଟିଏ ପ୍ରସଙ୍ଗ ନୁହେଁ, କଂଗ୍ରେସ ମହବତ କି ଦୁକାନର କଥା କହୁଥିବା ବେଳେ ଶିଖ୍‌ ଗଣହତ୍ୟା କଥା କାହିଁକି କହୁନାହିଁ । ଯେଉଁମାନେ କୋଇଲା ଓ ଚାରା ଦୁର୍ନୀତିରେ ସମ୍ପୃକ୍ତ, କଂଗ୍ରେସ ସେମାନଙ୍କୁ ସମର୍ଥନ ଦେଇଛି । କଂଗ୍ରେସ ସେଙ୍ଗୋଲକୁ ମଧ୍ୟ ସମ୍ମାନ ଦେଇନି । ‘କେରଳ ଷ୍ଚୋରୀ’ ପ୍ରସଙ୍ଗରେ ନୀରବତା ଧାରଣ କରିଛି । କଂଗ୍ରେସ ଶାସିତ ରାଜସ୍ଥାନରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ତେବେ ଏହା କେଉଁ ପ୍ରକାର ମହବତ କି ଦୁକାନ ବୋଲି ଇରାନୀ କଡ଼ା ଭାଷାରେ ପ୍ରଶ୍ନ କରିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ଏକ ମୁସଲିମ ବିରୋଧୀ ଦଳ ବୋଲି ବିରୋଧୀ କରୁଥିବା ଅଭିଯୋଗ ନେଇ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଇରାନୀ କହିଛନ୍ତି, ଦେଶରେ ସମସ୍ତଙ୍କ ବିକାଶକୁ ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ କାର୍ଯ୍ୟ । କଂଗ୍ରେସ ଶାସନ ସମୟରେ ମୁସଲିମ ସମ୍ପ୍ରଦାୟର ବିକାଶ ଲାଗି ଯେତିକି ଅର୍ଥ ବରାଦ ହୋଇଥିଲା ମୋଦି ସରକାରରେ ତାହା ଯଥେଷ୍ଟ ବୃଦ୍ଧି ପାଇଛି ।

ସେହିପରି ବିରୋଧୀ ଏକତା ପ୍ରସଙ୍ଗରେ ମଧ୍ୟ ତେରଚ୍ଛା ସଙ୍କେତ ଦେଇଛନ୍ତି ଇରାନୀ । କହିଛନ୍ତି, ଯେଉଁମାନେ ନିଜେ ଛିଡା ହେବା ପାଇଁ ସମର୍ଥ ନୁହନ୍ତି, ସେମାନେ ପରସ୍ପରର ହାତ ଧରୁଛନ୍ତି । ବିହାରରେ 17 ଶହ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ ଭୁଶୁଡିଗଲା । 2024ରେ ମଧ୍ୟ ସେମାନଙ୍କ ରାଜନୈତିକ ଅଭିଳାଷା ମଧ୍ୟ ଏହିପରି ଧୋଇ ଯିବ । କଂଗ୍ରେସ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବାଧା ଦେବା ପାଇଁ ବିଦେଶୀ ଶକ୍ତିଙ୍କର ସାହାଯ୍ୟ ମଧ୍ୟ ନେବାରେ ଲାଗିଛି ବୋଲି ଇରାନୀ ଅଭିଯୋଗ କରିଛନ୍ତି ।

ନୂତନ ସଂସଦ ଭବନ ଲୋକାର୍ପଣ ରାଷ୍ଟ୍ରପତିଙ୍କ ଦ୍ବାରା କରାନଯିବାକୁ ଅସାମ୍ବିଧାନିକ ବୋଲି ଅଭିଯୋଗରେ ପ୍ରଥମେ କଂଗ୍ରେସ ହିଁ କାର୍ଯ୍ୟକ୍ରମ ବର୍ଜନ ଆହ୍ବାନ ଦେଇଥିଲା । ଏଥିରେ ପ୍ରାୟ 20 ବିରୋଧୀ ରାଜନୈତିକ ଦଳ ସମର୍ଥନ ଜଣାଇ ଲୋକାର୍ପଣ ସମାରୋହକୁ ଯାଇନଥିଲେ । ସଂସଦ ଲୋକାର୍ପଣକୁ ବର୍ଜନ କରିବା ବିରୋଧୀଙ୍କ ହୀନ ରାଜନୀତି ବୋଲି ବିଜେପି କହିଥିଲା । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ନୂତନ ସଂସଦ ଭବନର ଲୋକାର୍ପଣ ହୋଇଥିଲେ ସୁଦ୍ଧା ୨୦ରୁ ଅଧିକ ବିରୋଧୀ ଦଳ ଅନୁପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details