ଓଡିଶା

odisha

ETV Bharat / bharat

Article 142: ସମ୍ବିଧାନର ସ୍ବତନ୍ତ୍ର ଅନୁଚ୍ଛେଦ, ଯାହାକୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ବ୍ୟବହାର କଲେ ସୁପ୍ରିମକୋର୍ଟ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ(Rajiv Gandhi Assassination case) ଦୋଷୀ ଏଜି ପେରାରିବଲନ(AG Perarivalan) ଦୀର୍ଘ ୩୧ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ମୁକୁଳିଛି । ଜଷ୍ଟିସ୍‌ ଏଲ ନାଗେଶ୍ବର ରାଓଙ୍କ ନେତୃତାଧୀନ ଖଣ୍ଡପୀଠ ପେରାରିବଲନକୁ ଜେଲ୍‌ରୁ ମୁକ୍ତ କରିବାକୁ ଧାରା ୧୪୨ର ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରିଛନ୍ତି । ଜାଣନ୍ତୁ କଣ ଏହି ସ୍ବତନ୍ତ୍ର ଅନୁଚ୍ଛେଦ ବିଷୟରେ ।

What is Article 142 That Supreme Court Invoked to Free Perarivalan in Rajiv Gandhi Assassination Case?
Article 142: ଜାଣନ୍ତୁ କଣ ଏହି ସମ୍ବିଧାନର ସ୍ବତନ୍ତ୍ର ଅନୁଚ୍ଛେଦ, ଯାହାକୁ ରାଜୀବ ଗାନ୍ଧି ହତ୍ୟା ମାମଲାରେ ବ୍ୟବହାର କଲେ ସୁପ୍ରିମକୋର୍ଟ

By

Published : May 19, 2022, 10:32 AM IST

Updated : May 19, 2022, 12:04 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ(Rajiv Gandhi Assassination case) ଦୋଷୀ ଏଜି ପେରାରିଭଲନ(AG Perarivalan) ଦୀର୍ଘ ୩୧ ବର୍ଷ ଜେଲ୍‌ରେ ରହିବାପରେ ବୁଧବାର ମୁକୁଳିଛି । ଜଷ୍ଟିସ୍‌ ଏଲ ନାଗେଶ୍ବର ରାଓଙ୍କ ନେତୃତାଧୀନ ଖଣ୍ଡପୀଠ ପେରାରିଭଲନକୁ ଜେଲ୍‌ରୁ ମୁକ୍ତ କରିବାକୁ ଧାରା ୧୪୨ର ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରିଛନ୍ତି । ପୂର୍ବରୁ ପେରାରିଭଲନକୁ ମୃତ୍ୟୁଦଣ୍ଡ ଓ ପରେ ତାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା । ତେବେ ୨୦୧୫ରୁ ପେରାରିଭଲନର କ୍ଷମା ଆବେଦନ ପଡିରହିଥିଲା ।

କ'ଣ ଏହି ଧାରା ୧୪୨ (Article 142) ?

  • ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୨ର ପ୍ରୟୋଗ କରିଛନ୍ତି, ଯାହାକି ନିଜର ଅଧିକାର କ୍ଷେତ୍ରର ପ୍ରୟୋଗ କରିବା ଓ କୌଣସି ମାମଲାରେ ପୂର୍ଣ୍ଣ ନ୍ୟାୟ କରିବାକୁ ସ୍ବତନ୍ତ୍ର ଆଦେଶ ଦେବାପାଇଁ ଶୀର୍ଷ ଅଦାଲତର କ୍ଷମତା ସହ ଜଡିତ । ଏହାପୂର୍ବରୁ ଏହାର ବ୍ୟବହାର ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍‌ ମାମଲାରେ ହୋଇଥିଲା ।

କ'ଣ କହିଥିଲେ ସୁପ୍ରିମକୋର୍ଟ ?

  • ଜଷ୍ଟିସ୍‌ ଏଲ ନାଗେଶ୍ବର ରାଓଙ୍କ ନେତୃତାଧୀନ ଖଣ୍ଡପୀଠ କହିଥିଲେ ଯେ, ମାମଲାରେ ସମସ୍ତ ସାତଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାର ସୁପାରିଶ କରିଥିବା ତାମିଲନାଡୁ ରାଜ୍ୟ କ୍ୟାବିନେଟ୍‌ର ପରାମର୍ଶ ରାଜ୍ୟପାଳଙ୍କ ପାଇଁ ବାଧ୍ୟକାରୀ ଅଟେ ।
  • ଶୀର୍ଷ ଅଦାଲତ ମଧ୍ୟ କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଛନ୍ତି ଯେ, ରାଷ୍ଟ୍ରପତି ବିଶେଷ ଭାବେ ଆଇପିସିର ଧାରା ୩୦୨ ଅଧିନରେ କୌଣସି ମାମଲାରେ କ୍ଷମାଦେବାକୁ କ୍ଷମତା ରଖନ୍ତି, ଏହା ଅନୁଚ୍ଛେଦ ୧୬୧(ରାଜ୍ୟପାଳଙ୍କ କ୍ଷମା ଦେବାର ଶକ୍ତି)କୁ ବେକାର କରିଦେବ ।
  • ଦୀର୍ଘ ଦିନ ଧରି କାରାଗାରରେ ରହିବା ଓ ପାରୋଲରେ ବାହାରକୁ ଆସିବାବେଳେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗର ଇତିହାସ ନଥିବାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମାର୍ଚ୍ଚ ୯ରେ ପେରାରିଭଲନକୁ ଜାମିନ ପ୍ରଦାନ କରିଥିଲେ ।
  • ମଇ ୧୯୯୯ ରାୟରେ ଶୀର୍ଷ ଅଦାଲତ ୪ ଦୋଷୀ ପେରାରିଭଲନ, ମୁରୁଗାଁ, ସାନ୍ଥମ ଓ ନଳିନୀଙ୍କର ମୃତ୍ୟୁ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ ।
  • ଫେବୃଆରୀ ୧୮, ୨୦୧୪ରେ ସୁପ୍ରିମକୋର୍ଟ କେନ୍ଦ୍ର ଦ୍ବାରା କ୍ଷମା ଯାଚିକା ଉପରେ ଶୁଣାଣି କରିବାକୁ ୧୧ ବର୍ଷ ବିଳମ୍ବ ଆଧାରରେ ଦୁଇ ଅନ୍ୟ କଏଦୀ ମୁରୁଗାଁ ଓ ସାନ୍ଥମଙ୍କ ସମେତ ପେରାରିଭଲନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦେଇଥିଲେ ।

କ'ଣ ଥିଲା ଏହି ଚର୍ଚ୍ଚିତ ଘଟଣା ?

  • ବର୍ଷ ୧୯୯୧ ମଇ ୨୧ ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ରାଜନୈତିକ ସଭାରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀ (Suicide Bomber) ଦ୍ବାରା ହତ୍ୟା କରାଯାଇଥିଲା । ଯାହାର ପରିଚୟ ଧନୁ ବୋଲି ପରେ ଜଣାପଡିଥିଲା ।

ତେବେ ସୁପ୍ରିମକୋର୍ଟର ଏହି ରାୟରେ କଂଗ୍ରେସ କ୍ଷୁବ୍ଧ ହେବା ସହ ଅସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, "ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଆମେ ଗଭୀର ଭାବେ ମର୍ମାହତ । ଯଦି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଏପରି ଭାବେ ଛାଡି ଦିଆଯାଉଛି ତେବେ ଦେଶରେ ଆଇନର ଅଖଣ୍ଡତାକୁ ସୁରକ୍ଷା କିଏ ଦେବ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସୂର୍ଯ୍ୟେୱାଲା ସମାଲୋଚନା କରିଛନ୍ତି ଓ କହିଛନ୍ତି, "ମୋଦି ନୀରବ ରହି ଏହାକୁ ସମର୍ଥନ କରୁଛନ୍ତି କି ? ତାଙ୍କ ସରକାରକୁ ଏହାର ଉତ୍ତର ଦେବାକୁ ପଡିବ ।"

ସଂଗ୍ରାମ କେଶୋରୀ ବେହେରା

Last Updated : May 19, 2022, 12:04 PM IST

ABOUT THE AUTHOR

...view details