ନୂଆଦିଲ୍ଲୀ:ବର୍ତ୍ତମାନ ଆଫଗାନିସ୍ତାନରେ ଦ୍ରୁତ ପରିବର୍ତ୍ତନ ସ୍ଥିତି ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭାରତରେ ଏହି ଅଶାନ୍ତ ସ୍ଥିତି ସୃଷ୍ଟି ହେବାର କୌଣସି ସୁଯୋଗ ନାହିଁ । ଗୁରୁବାର ଆମେରିକା ଭାରତ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଫୋରମରେ ଆଲୋଚନା ସମୟରେ ଏହି ମନ୍ତବ୍ୟ ରଖିଛନ୍ତି ଜୟଶଙ୍କର । ବର୍ତ୍ତମାନ ବିଶ୍ବ ସମୁଦାୟର ନଜରରେ ରହିଛି ଆଫଗାନିସ୍ତାନ । ତାଲିବାନ ସରକାର ଆସିବା ପରେ ଆଫଗାନିସ୍ତାନରେ ସ୍ଥିରତା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ନେଇ ଏପରି ମନ୍ତବ୍ୟ ଦିଆଯାଇଛି ।
ଆଫଗାନିସ୍ତାନ ପ୍ରସଙ୍ଗରେ ଜୟଶଙ୍କରଙ୍କ ଦୃଢ ମନ୍ତବ୍ୟ, କହିଲେ ପଛରେ ବସି ଦେଖିବନି ଭାରତ
ଆଫଗାନିସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଯାହା ବି ସ୍ଥିତି ସୃଷ୍ଟି ହୋଇଛି ସେଥିରେ ଭାରତ ଅଂଶଗ୍ରହଣ କରିବା ସହ ତାହା ଅନୁଧ୍ୟାନ କରିବା ଆବଶ୍ୟକ । ଆମେରିକା ଭାରତ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଫୋରମରେ ଆଲୋଚନା ସମୟରେ ଏହି ମନ୍ତବ୍ୟ ରଖିଛନ୍ତି ଜୟଶଙ୍କର । ଅଧିକ ପଢନ୍ତୁ...
ପରିବର୍ତ୍ତିତ ଭୌଗୋଳିକ ଦୃଶ୍ୟପଟ୍ଟ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ଯାହା ବି ଘଟିଲା ତାହା ସମସ୍ତେ ଦେଖିଛନ୍ତି । ଏହି ଘଟଣା ଭାରତ ସହ ସମଗ୍ର ବିଶ୍ବକୁ ପ୍ରଭାବିତ କରିବ । ଆଫଗାନିସ୍ତାନ ପ୍ରସଙ୍ଗ ଏକ ଅଶାନ୍ତ ଏବଂ ଜଟିଳ ସ୍ଥିତି । ପଛରେ ବସି ଭାରତ ଏହାକୁ ଦେଖିବ ନାହିଁ । ଏଥିରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆଫଗାନିସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଯାହା ବି ସ୍ଥିତି ସୃଷ୍ଟି ହୋଇଛି ସେଥିରେ ଭାରତ ଅଂଶଗ୍ରହଣ କରିବା ସହ ତାହା ଅନୁଧ୍ୟାନ କରିବା ଆବଶ୍ୟକ । ଫଳରେ ଯାହାବି ହେଉଛି ଆମ ସହ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ତାହା ସଠିକ୍ କି ନାହିଁ ତାହା ସୁନିଶ୍ଚିତ କରିହେବ ।
@ANI