ଭୁବନେଶ୍ବର:ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ପଛେଇ ଯାଇଥିବା ପଶ୍ଚିମ ଓଡିଶାର ହେବ ଦ୍ରୁତ ବିକାଶ । ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ । ଅଟକି ଯାଇଥିବା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇବ । ଆଗକୁ ହେବାକୁ ଥିବା କାର୍ଯ୍ୟ କିପରି ତ୍ବରିତ ବେଗରେ ହେବ ସେ ନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
ପଶ୍ଚିମ ଓଡିଶାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ । ସୋମବାର ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଅସିତ । କାର୍ଯ୍ୟ କିପରି ତ୍ବରିତ ବେଗରେ ଆଗେଇ ପାରିବ ସେ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ଅସିତ ।