ଓଡିଶା

odisha

ପଶ୍ଚିମବଙ୍ଗରେ ବର୍ତ୍ତମାନସୁଦ୍ଧା 68.04% ମତଦାନ, ଆସାମରେ ପଡିଛି 68.32% ଭୋଟ

By

Published : Apr 6, 2021, 7:01 AM IST

Updated : Apr 6, 2021, 3:53 PM IST

westbengal and assam third phase assembly election liveupdate
ପଶ୍ଚିମବଙ୍ଗ ଓ ଆସାମରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ

15:50 April 06

ପଶ୍ଚିମବଙ୍ଗରେ ବର୍ତ୍ତମାନସୁଦ୍ଧା 68.04% ମତଦାନ

ପଶ୍ଚିମବଙ୍ଗରେ ବର୍ତ୍ତମାନସୁଦ୍ଧା 68.04% ମତଦାନ

13:34 April 06

ଦିନ 1 ଟା ସୁଦ୍ଧା ଆସାମରେ 53.29% ପଶ୍ଚିମବଙ୍ଗରେ 53.89% ମତଦାନ

 ଆସାମରେ ତୃତୀୟ ପର୍ଯ୍ୟାୟ ମତଦାନରେ ଦିନ 1 ଟା ସୁଦ୍ଧା 53.29% ଓ ପଶ୍ଚିମବଙ୍ଗରେ 53.89% ମତଦାନ ଭୋଟ ଗ୍ରହଣ କରାଯାଇଛି । ବର୍ତ୍ତମାନ ବୁଥରେ ମତଦାନ ଜାରୀ ରହିଛି ।

12:27 April 06

ଇଭିଏମ ଓ ଭିଭିପାଟ ମିଳିବା ଘଟଣାରେ ଗୁଇନ୍ଦା ବିଭାଗ ଅଧିକାରୀଙ୍କୁ ନିଲମ୍ବିତ

ଇଭିଏମ ଓ ଭିଭିପାଟ ଟିଏମସି ନେତାଙ୍କ ଘରେ ମିଳିବା ଘଟଣାରେ ସେକ୍ଟର ଅଫିସର ନିଲମ୍ବିତ ପରେ ଆଉଜଣେ ଗୁଇନ୍ଦା ବିଭାଗର ଅଧିକାରୀଙ୍କୁ ନିଲମ୍ବିତ କରିଛି ନିର୍ବାଚନ କମିସନ । ଦାୟିତ୍ବରେ ଥିବା ଗୁଇନ୍ଦା ବିଭାଗ ଅଧିକାରୀଙ୍କୁ  କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କରିଛନ୍ତି  । ଏ ନେଇ ହାୱଡା ଏସପି ସୂଚନା ଦେଇଛନ୍ତି ।

12:06 April 06

ଆରାମବାଗରେ ବିଜେପି ଓ ତୃଣମୂଳ ମଧ୍ୟରେ ଗଣ୍ଡଗୋଳ

ଆରାମବାଗରେ ବିଜେପି ଓ ତୃଣମୂଳ ମଧ୍ୟରେ ଗଣ୍ଡଗୋଳ

ପଶ୍ଚିମବଙ୍ଗର ଆରାମବାଗରେ ବିଜେପି ଓ ତୃଣମୂଳ ମଧ୍ୟରେ ଗଣ୍ଡଗୋଳ । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ବିଜେପି କର୍ମୀ  ଓ ତୃଣମୂଳ କଂଗ୍ରେସ କର୍ମୀ ମଧ୍ୟରେ ଗଣ୍ଡଗୋଳ  ହୋଇଛି । ଏନେଇ ତୃଣମୂଳ କଂଗ୍ରେସର ଆରାମବାଗ ପ୍ରାର୍ଥୀ ସୁଜାତା ମଣ୍ଡଳ କହିଛନ୍ତି ଯେ ବିଜେପି କର୍ମୀମାନେ ଦଳିତ ଶ୍ରେଣୀର ଲୋକଙ୍କୁ ମହିଳାଙ୍କୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

11:34 April 06

11ଟା ସୁଦ୍ଧା ପଶ୍ଚିମବଙ୍ଗରେ 34.71 % ଓ ଆସାମରେ 33.18% ଭୋଟ

ଦେଶରେ ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି  ତୃତୀୟ ପର୍ଯ୍ୟାୟ ନିର୍ବାଚନ । 11ଟା ସୁଦ୍ଧା  ପଶ୍ଚିମବଙ୍ଗରେ 34.71 ପ୍ରତିଶତ ଓ ଆସାମରେ 33.18 ପ୍ରତିଶତ ଭୋଟ ହୋଇଛି । ଶାନ୍ତିଶୃଙ୍ଖଳାର ସହ  ଜାରୀ ରହିଛି ମତଦାନ ।

11:10 April 06

ପୋଲିଂ ଷ୍ଟେସନରେ ବାର୍ଦ୍ଧକ୍ୟ ମହିଳାଙ୍କୁ ପହଞ୍ଚାଇଲେ ଆଇଟିବିପି ଯବାନ

ପୋଲିଂ ଷ୍ଟେସନରେ ବାର୍ଦ୍ଧକ୍ୟ ମହିଳାଙ୍କୁ ପହଞ୍ଚାଇଲେ ଆଇଟିବିପି ଯବାନ

ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ । ବାଦ୍ଧକ୍ୟରେ ଉପନିତ ହୋଇଥିବା ଜଣେ ମହିଳାଙ୍କୁ ତାଙ୍କର ମତଧିକାର ସାବ୍ୟସ୍ତରେ କରିବା ପାଇଁ ପୋଲିଂ ଷ୍ଟେସନ ପହଞ୍ଚାଉଛନ୍ତି  ଆଇଟିବିପିର ଯବାନ । ପଶ୍ଚିମବଙ୍ଗରେ ଜାରୀ ରହିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ।

09:30 April 06

9ଟା ସୁଦ୍ଧା ପଶ୍ଚିମବଙ୍ଗରେ 14.62 % ଓ ଆସାମରେ 12.08% ଭୋଟ

ଦେଶରେ ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି  ତୃତୀୟ ପର୍ଯ୍ୟାୟ ନିର୍ବାଚନ । 9.11 ସୁଦ୍ଧା  ପଶ୍ଚିମବଙ୍ଗରେ 14.62 ପ୍ରତିଶତ ଓ ଆସାମରେ 12.08 ପ୍ରତିଶତ ଭୋଟ ହୋଇଛି । ଶାନ୍ତିଶୃଙ୍ଖଳାର ସହ  ଜାରୀ ରହିଛି ମତଦାନ ।

09:24 April 06

ଭୋଟ ଦାନରୁ ଲୋକଙ୍କୁ ରୋକୁଛନ୍ତି ଟିଏମସି ଗୁଣ୍ଡା: ବିଜେପି ବିଧାୟକ ପ୍ରାର୍ଥୀ

ଭୋଟ ଦାନରୁ ଲୋକଙ୍କୁ ରୋକୁଛନ୍ତି ଟିଏମସି ଗୁଣ୍ଡା: ବିଜେପି ବିଧାୟକ ପ୍ରାର୍ଥୀ

ପଶ୍ଚିମବଙ୍ଗର ଡାୟମଣ୍ଡ ହାରୋବର ବିଜେପି ବିଧାୟକ ପ୍ରାର୍ଥୀ ଦୀପକ ହାଲଦାରଙ୍କ ଅଭିଯୋଗ କରିଛନ୍ତି ଯେ ଟିଏମସିର ଗୁଣ୍ଡା ମାନେ ଲୋକଙ୍କୁ ଭୋଟ ଦେବା ପାଇଁ ଦେଉନାହାଁନ୍ତି । ଏ ନେଇ ସେ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ସାଉଥ 24 ପ୍ରଗଣାର ବୁଥ ନଂ 180 ଏ ଭଳି ହୋଇଥିବା କହିଛନ୍ତି ।

09:06 April 06

କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ

କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ

 ଦେଶରେ କୋରୋନାର ଦ୍ବିତୀୟ ଲହରୀ ଚାଲଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଚାଲିଛି ନିର୍ବାଚନ । ଏହି ସମୟରେ କୋରୋନା କଟକଣା ମଧ୍ୟରେ ପଶ୍ଚିମବଙ୍ଗର ବିଭିନ୍ନ ବୁଥରେ ଲୋକଙ୍କ ପାଇଁ ସାନିଟାଇଜର ସହ ସ୍କାନିଂର ବ୍ୟବସ୍ଥା କରାଯାଇଛି ।

08:42 April 06

ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT ,ସେକ୍ଟର ଅଫିସର ନିଲମ୍ବିତ

ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT ,ସେକ୍ଟର ଅଫିସର ନିଲମ୍ବିତ

ଟିଏମସି ନେତାଙ୍କ ଘରୁ ମିଳିଲା EVM  ଓ VVPAT । ପଶ୍ଚିମବଙ୍ଗ ଉଲୁବୁରିଆ ବିଧାନସଭା ଆସନରେ ଚାଲିଛି ମତଦାନ । ଏହି ସମୟରେ ଟିଏମସି ନେତାଙ୍କ ଘରୁ ମିଳିଛି EVM  ଓ VVPAT । ଏହାକୁ ନେଇ କଡା ପଦକ୍ଷେପ ନେଇଛି ନିର୍ବାଚନ କମିସନ । ତୁରନ୍ତ  ସେକ୍ଟର ଅଫିସରଙ୍କୁ  ନିଲମ୍ବନ କରିଛି ନିର୍ବାଚନ କମିସନ । ଏହି କାର୍ଯରେ ଯେଉଁମାନେ ଲିପ୍ତ ରହିଛନ୍ତି ସେମାନଙ୍କ ବିରୋଧରେ କଡା କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

07:52 April 06

ଭୋଟ ଦେଲେ ଡାଇମଣ୍ଡ ହାରୋବର ବିଜେପି ପ୍ରାର୍ଥୀ ଦୀପକ ହାଲଦାର

ଭୋଟ ଦେଲେ ଡାଇମଣ୍ଡ ହାରୋବର ବିଜେପି ପ୍ରାର୍ଥୀ ଦୀପକ ହାଲଦାର

ପଶ୍ଚିମବଙ୍ଗରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ ।  ନିର୍ବାଚନ ପ୍ରଚାର ସମୟରେ ହିଂସାର ଶିକାର ହୋଇଥିବା ଡାଇମଣ୍ଡ ହାରୋବର ବିଜେପି ପ୍ରାର୍ଥୀ ଦୀପକ ହାଲଦାର ଭୋଟ ଦେଇଛନ୍ତି । ନିଜ ପୋଲିଂ ଷ୍ଟେସନରେ ପହଞ୍ଚି ଭୋଟ ଦେଇଛନ୍ତି ।

07:44 April 06

ରେକର୍ଡ ସଂଖ୍ୟାରେ ଭୋଟ ଦେବା ପାଇଁ ଅପିଲ କଲେ ପିଏମ ମୋଦି

ରେକର୍ଡ ସଂଖ୍ୟାରେ ଭୋଟ ଦେବା ପାଇଁ ଅପିଲ କଲେ ପିଏମ ମୋଦି

4 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତଅଞ୍ଚଳରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ । ତାମିଲନାଡୁ,କେରଳ ଓ ପୁଡୁଚେରୀରେ ଆରମ୍ଭ ହୋଇଛି ନିର୍ବାଚନ । ସେହିପରି ପଶ୍ଚିମବଙ୍ଗ ଆସାମ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରେକର୍ଡ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କଲେ ପିଏମ ମୋଦି । ଖାସକରି ଯୁବ ଭୋଟରମାନଙ୍କୁ ଅଧିକ ଉତ୍ସାହିତ କରି ଅଧିକ ପରିମାଣରେ ଯୋଗଦାନ କରିବା ପିଏମ ମୋଦି କହିଛନ୍ତି ।

07:31 April 06

ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବାଲାଇନ

ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବାଲାଇନ

ପଶ୍ଚିମବଙ୍ଗ ତୃତୀୟ ପର୍ଯ୍ୟାୟ ନିର୍ବାଚନ ।  ହୁଗୁଳି ଜିଲ୍ଲାର ଆରମବାଗରେ ଭୋଟ ଦେଉଛନ୍ତି ମହିଳା । କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟର ଲମ୍ବା ଲାଇନ । 

07:17 April 06

ଆସାମରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ

ଆସାମରେ ଆରମ୍ଭ ହେଲା ମତଦାନ

ଆସାମରେ ଆରମ୍ଭ ହେଲା ମତଦାନ । ଭୋଟର ମାନେ ପୋଲିଂ ଷ୍ଟେସନରେ ପହଞ୍ଚି ଧାଡିରେ ଦେଉଛନ୍ତି ଭୋଟ । ଏହା ହେଉଛି ଆସାମର ଶେଷ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ।

07:05 April 06

ଆରମ୍ଭ ହେଲା ମତଦାନ

ଆରମ୍ଭ ହେଲା ମତଦାନ

ଚାରୋଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ମତଦାନ । ପଶ୍ଚିମବଙ୍ଗ,ଆସାମ,କେରଳ,ତାମିଲନାଡୁ ଓ ପୁଡୁଚେରୀରେ ହେଉଛି ମତଦାନ । ଏ ନେଇ ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି ।

06:22 April 06

ପଶ୍ଚିମବଙ୍ଗ ଓ ଆସାମରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ

କୋଲକାତା: ଆଜି ପଶ୍ଚିମବଙ୍ଗ ଓ ଆସମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳ 7ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ଉଭୟ ରାଜ୍ୟର ମୋଟ 71 ଆସନରେ ହେବ ନିର୍ବାଚନ । ପଶ୍ଚିମବଙ୍ଗର 31 ଆସନରେ ନିର୍ବାଚନ ହେଉଥିବାବେଳେ ଆସାମରେ 40 ଆସନରେ ହେବ ନିର୍ବାଚନ । ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛି । କୋରୋନା କଟକଣା ସହ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

ପଶ୍ଚିମବଙ୍ଗ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଆଜି ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ପଶ୍ଚିମବଙ୍ଗର ମୋଟ 3 ଟି ଜିଲ୍ଲା ଯଥା ହୁଗୁଳି,ହାୱଡା ଓ ସାଉଥ 24 ପ୍ରଗଣାରେ ହେବ ନର୍ବାଚନ । ଏହି ଅଞ୍ଚଳର ମୋଟ 31 ଟି ଆସନରେ ହେବ ନିର୍ବାଚନ । ମୋଟ 205 ଜଣ ପ୍ରାର୍ଥୀ ଭାଗ ନେଉଛନ୍ତି । ମୋଟ ଭୋଟର ସଂଖ୍ୟା 78,52,425 ରହିଛନ୍ତି ।  ମୋଟ 10871 ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି ।  

ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଆଜି ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆସାମରେ ମୋଟ 40 ଟି ଆସନରେ ହେବ ନିର୍ବାଚନ । ମୋଟ 337 ଜଣ ପ୍ରାର୍ଥୀ ଭାଗ ନେଇଛନ୍ତି । ମୋଟ 79,19,641 ଭୋଟର ମତଦାନ ସାବ୍ୟସ୍ତ କରିବେ । ମୋଟ 11401 ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି ।  ଏହା ଆସାମର ଶେଷ ପର୍ଯ୍ୟାୟ ନର୍ବାଚନ ହେବ । ଏହି ପର୍ଯ୍ୟାୟରେ ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସହି 6 ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି ।

Last Updated : Apr 6, 2021, 3:53 PM IST

ABOUT THE AUTHOR

...view details