କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ବହୁମତ ହାସଲ କରି କ୍ଷମତାକୁ ପ୍ରୟାବର୍ତ୍ତନ କରିଛି ତୃଣମୂଳ କଂଗ୍ରେସ । ଏହାରି ମଧ୍ୟରେ 2 ମେରେ ହୋଇଥିବା ମତଗଣନା ସମୟରେ ପଶ୍ଚିମବଙ୍ଗରେ ହିଂସା ଓ ଜଳାପୋଡା ଦେଖିବାକୁ ମିଳିଥିଲା ।
ବଙ୍ଗ ନିର୍ବାଚନୀ ହିଂସା: ଡିଜିପିଙ୍କୁ ସମନ କଲେ ରାଜ୍ୟପାଳ
2 ମେରେ ହୋଇଥିବା ମତଗଣନା ସମୟରେ ପଶ୍ଚିମବଙ୍ଗରେ ହିଂସା ଓ ଜଳାପୋଡା ଦେଖିବାକୁ ମିଳିଥିଲା । ଘଟଣାକୁ ଗମ୍ଭୀରତାର ସହ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଡିଜିପିଙ୍କୁ ସମନ କରିଛନ୍ତି । ଅଧିକ ପଢନ୍ତୁ...
ବଙ୍ଗ ନିର୍ବାଚନୀ ହିଂସା: ଡିଜିପିଙ୍କୁ ସମନ କଲେ ରାଜ୍ୟପାଳ
ଆରମବାଗରେ ଥିବା ବିଜେପି କାର୍ଯ୍ୟାଳୟରେ ଆକ୍ରୋଶମୂଳକ ଭାବେ ଲଗାଇଦିଆଯାଇଥିଲା ନିଆଁ । ଘଟଣାକୁ ଗମ୍ଭୀରତାର ସହ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଡିଜିପିଙ୍କୁ ସମନ କରିଛନ୍ତି ।
ଜଗଦୀପ ଧନକର ଟ୍ବିଟ କରି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ହତ୍ୟା ଘଟଣା ଖବର ଯୋଗୁଁ ଚିନ୍ତିତ ରହିଛି । ଦଳୀୟ କାର୍ଯ୍ୟାଳୟ, ଘର ଦୋକାନକୁ ଆକ୍ରମଣ କରାଯାଇଛି । ସ୍ଥିତି ଚିନ୍ତାଜନକ । ତେବେ ଆଇନ ଶୃଙ୍ଖଳା ବିଗୁଡୁଥିବା ନେଇ ଡିଜିପିଙ୍କୁ ସମନ କରାଯାଇଥିବା କହିଛନ୍ତି ରାଜ୍ୟପାଳ କହିଛନ୍ତି ।