ହାଇଦ୍ରାବାଦ: ଜୁଆ ସଟ୍ଟା ଆଦି ରୁଚି ଆଇନସଙ୍ଗତ ନୁହେଁ । ଏଭଳି ରୁଚି ରଖୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବା ପ୍ରାବଧାନ ରହିଛି । ପଶ୍ଚିମବଙ୍ଗରେ ଏଭଳି ଏକ ପର୍ବ ରହିଛି ଯେଉଁଠାରେ ପିଲାଙ୍କୁ ଜୁଆ ଖେଳିବାକୁ ଖୋଦ୍ ବାପା ମାଆ ପଠାଇ ଥାଆନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବରେ ଏକ ପଡ଼ିଆରେ ମେଳାର ଆୟୋଜନ କରାଯାଇଥାଏ । ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲା ଓଲ୍ଡ ମଡ ସିଟିଠାରୁ ୭ କିମି ଦୂରରେ ରହିଛି ମୋଖ୍ତାରପୁର ଗ୍ରାମ । ଏଠାରେ ପ୍ରତ୍ୟେକ ବର୍ଷ ଜୁଆର ମେଳାର ଆୟୋଜନ ହୋଇଥାଏ । ଏହାକୁ ସାଧାରଣ ଭାଷାରେ ଜୁଆ ମେଳା ମଧ୍ୟ କହି ପାରିବା । ସ୍ଥାନୀୟ ବାସିନ୍ଦାଙ୍କ ମତର ପ୍ରତ୍ୟେକ ବର୍ଷ ମୂଳା ଷଷ୍ଠୀରେ ଏହି ପର୍ବ ପାଳିତ ହୋଇ ଆସୁଛି ।
ପଶ୍ଚିମବଙ୍ଗର Juar Mela, ବାପାମାଆଙ୍କ ସହିତ ପିଲା ଖେଳନ୍ତି ଜୁଆ - ପଶ୍ଚିମବଙ୍ଗର ଷଷ୍ଠୀଙ୍କ ଆରାଧନା
ଜୁଆ ସଟ୍ଟା ଆଦି ରୁଚି ଆଇନସଙ୍ଗତ ନୁହେଁ । ଏଭଳି ରୁଚି ରଖୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବା ପ୍ରାବଧାନ ରହିଛି । ପଶ୍ଚିମବଙ୍ଗରେ ଏଭଳି ଏକ ପର୍ବ ରହିଛି ଯେଉଁଠାରେ ପିଲାଙ୍କୁ ଜୁଆ ଖେଳିବାକୁ ଖୋଦ୍ ବାପା ମାଆ ପଠାଇ ଥାଆନ୍ତି । ଅଧିକ ପଢ଼ନ୍ତୁ
ଦେବୀ ଷଷ୍ଠୀଙ୍କ ଆରାଧନା ପାଇଁ ଏହି ପର୍ବ ପାଳିତ ହୋଇ ଆସୁଛି । ଷଷ୍ଠୀଙ୍କୁ ଏଠାରେ ଦୁର୍ଗାଙ୍କ ରୂପ ଭାବରେ ବିବେଚନା କରାଯାଉଛି । ଏହି ପର୍ବରେ ଘରର ମହିଳା ଷଷ୍ଠୀଙ୍କ ପୂଜାରେ ବ୍ୟସ୍ତ ଥିବା ବେଳେ ଗ୍ରାମନିକଟରେ ଥିବା ଏକ ଆମ୍ବଗଛ ଜଙ୍ଗଲରେ ଆୟୋଜନ ହୁଏ ଜୁଆର ମେଳା । ଯେଉଁଠାରେ ଭଳିକି ଭଳି ଜୁଆ ଖେଳ ଦେଖିବାକୁ ମିଳିଥାଏ ।
ଏହି ପର୍ବ ତୁର୍କୀ ରାଜତ୍ବ ସମୟରୁ ଏଠାରେ ପାଳିତ ହୋଇ ଆସୁଛି । ଏହି ସମୟରେ ଘରର ପୁରୁଷ ମହିଳାଙ୍କୁ ସୁରକ୍ଷା ଦେବାର ନିୟମ ରହିଛି । କିନ୍ତୁ ଖାଲିରେ ବସିବା ଅପେକ୍ଷା ଖେଳ ଆରମ୍ଭ କରିବା ଚିନ୍ତାରେ ଜୁଆ ଭଳି ଖେଳ ଏଠାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବି ଧୁମଧାମ୍ରେ ଏହି ପର୍ବ ପାଳିତ ହୋଇ ଆସୁଛି । ପୂର୍ବରୁ ଅହରାତ୍ର ଏହି ପର୍ବ ପାଳିତ ହୋଇ ଆସୁଥିଲା । କିନ୍ତୁ ନିୟମକାନୁନ୍ କଡ଼ାକଡ଼ିତ ହେବାପରେ ଏଠାରେ କେବଳ ଦିନ ବେଳା ଏହି ପର୍ବ ପାଳନ କରାଯାଉଛି । ପିଲାଙ୍କୁ ତାଙ୍କ ପରିବାର ଲୋକେ ୫୦ରୁ ୬୦ ଟଙ୍କା ଦେଇ ଜୁଆ ଖେଳିବାକୁ ଛାଡ଼ନ୍ତି । ମହିଳାମାନଙ୍କୁ ମଧ୍ୟ ଏଠାରେ ଜୁଆ ଖେଳୁଥିବା ଦେଖିବାକୁ ମିଳେ ।