ଓଡିଶା

odisha

ETV Bharat / bharat

ନାରଦା ଷ୍ଟିଙ୍ଗ ମାମଲା: ଟିଏମସିର 2 ମନ୍ତ୍ରୀ ସମେତ 4 ଗିରଫ - Firhad Hakim

ବହୁଚର୍ଚ୍ଚିତ ନାରଦା ଲାଞ୍ଚ ମାମଲାରେ 4 ଜଣଙ୍କୁ ଗିରଫ କରିଛି ସିବିଆଇ। ଅଧିକ ପଢନ୍ତୁ...

ନାରଦା ଷ୍ଟିଙ୍ଗ ମାମଲା: ଟିଏମସିର 2 ମନ୍ତ୍ରୀ ସମେତ 4 ଗିରଫ
ନାରଦା ଷ୍ଟିଙ୍ଗ ମାମଲା: ଟିଏମସିର 2 ମନ୍ତ୍ରୀ ସମେତ 4 ଗିରଫ

By

Published : May 17, 2021, 10:24 AM IST

Updated : May 17, 2021, 12:11 PM IST

କୋଲକାତା:ବହୁଚର୍ଚ୍ଚିତ ନାରଦା ଲାଞ୍ଚ ମାମଲା । ଚାରି ବର୍ଷ ପରେ ଆକ୍ସନକୁ ଆସିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଆଜି(ସୋମବାର) ସିବିଆଇ ମମତା କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିବା ଫିରହାଦ ହାକିମଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ।

ସେହିପରି ବିଧାୟକ ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ, ପୂର୍ବତନ ମେୟର ସୋଭନ ଚାଟାର୍ଜୀ ଓ ଅନ୍ୟ ଟିଏମସି ନେତାଙ୍କୁ ସିବିଆଇ ପ୍ରଥମେ ହେପାଜତରେ ନେବା ପରେ ଗିରଫ କରିଛି । ଫିରହାଦ ହାକିମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି । ତେବେ ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ପେସିଆଲ କୋର୍ଟରେ ସିବିଆଇ ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ବୋଲି ଜଣାପଡିଛି ।

ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ ଓ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ । 2014 ରେ ନାରଦା ଲାଞ୍ଚ ମାମଲା ଘଟିଥିବା ବେଳେ ଏହି ଚାରିଜଣ ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଥିଲେ। ନାରଦା ନ୍ୟୁଜ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରେ ଏହି ନେତମାନେ ଲାଞ୍ଚ ନେଉଥିବାର ଦୃଶ୍ୟ କଏଦ ହୋଇଥିଲା ।

ଶୁଭେନ୍ଦୁ ଅଧିକାରୀ, ସୌଗତ ରଏ, କକୋଲି ଘୋଷ ଦସ୍ତିଦାର, ପ୍ରସୁନ ବାନାର୍ଜୀ, ଅପରୁପା ପୋଦାରଙ୍କୁ ତଦନ୍ତ ପରିସରକୁ ନେବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ସିବିଆଇ ଅନୁମତି ମାଗିଛି । ପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଥିବା ମୁକୁଲ ରଏ ଓ ଲୋକସଭା ସାଂସଦ ଶୁଭେନ୍ଦୁ ଅଧିକାରୀ ବିଜେପି ଦଳରେ ସାମିଲ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ମୁକୁଲଙ୍କୁ ସିବିଆଇ ଗିରଫ କରିନଥିବା ବେଳେ ଶୁଭେନ୍ଦୁଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନେବା ପାଇଁ ବାଚସ୍ପତି ଅନୁମତି ଦେଇନାହାନ୍ତି ।

ଜାଣନ୍ତୁ କ'ଣ ଥିଲା ପୁରା ଘଟଣା:-

ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସିଥିଲେ ଏବଂ ରାଜ୍ୟରେ ବ୍ୟବସାୟ କରିବା ପାଇଁ ପୁଞ୍ଜି ବିନିଯୋଗ କରିବେ ବୋଲି ଯୋଜନା କରି ସାତଜଣ ଟିଏମସି ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀଙ୍କୁ ଲାଞ୍ଚ ପ୍ରଦାନ କରିଥିଲେ । ଏହି ସମୟର ଦୃଶ୍ୟକୁ ସେ କଏଦ କରିଥିଲେ । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା ।

Last Updated : May 17, 2021, 12:11 PM IST

ABOUT THE AUTHOR

...view details