ଓଡିଶା

odisha

ETV Bharat / bharat

ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ବାପା, ଜଜଙ୍କ ନକଲି ଦସ୍ତଖତରେ ବେଲ ପେପର ପ୍ରସ୍ତୁତ କରି ପୁଅ ଗିରଫ - ପଶ୍ଚିମବଙ୍ଗ କ୍ରାଇମ ଖବର

ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ବାପା । ଜଜଙ୍କ ଦସ୍ତଖତ ନକଲ କରି ବେଲ ପେପର ପ୍ରସ୍ତୁତ କରି ତଳ କୋର୍ଟରେ ଆବେଦନ କଲା ପୁଅ । ହେଲେ ଧରା ପଡିଗଲା ମିଛ । ଯୁବକ ଗିରଫ । ଅଧିକ ପଢନ୍ତୁ

ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ବାପା, ମୁକ୍ତି ପାଇଁ ଜଜଙ୍କ ଦସ୍ତଖତ ନକଲ କରି ପୁଅ ଗିରଫ
ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ବାପା, ମୁକ୍ତି ପାଇଁ ଜଜଙ୍କ ଦସ୍ତଖତ ନକଲ କରି ପୁଅ ଗିରଫ

By ETV Bharat Odisha Team

Published : Oct 15, 2023, 9:35 PM IST

କୋଲକାତା:ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା କାଟୁଥିବା ବାପାଙ୍କୁ ମୁକ୍ତ କରିବା ପାଇଁ ଜଜଙ୍କ ଦସ୍ତଖତ ନକଲ କଲାପୁଅ । ସେ ପୁଣି କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦସ୍ତଖତର ନକଲ । ହେଲେ ଜଜଙ୍କ ଆଦେଶରେ ଜାରି ବେଲ ଅନୁମତି ମିଥ୍ୟା ଓ ଦସ୍ତଖତ ନକଲ କରାଯାଇଥିବା ତଳକୋର୍ଟରେ ଜଣାପଡିବା ପରେ ଯୁବକଙ୍କୁ କୋଲକାତା ସିଆଇଡି ଗିରଫ କରିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣକ କେହି ଜଣେ ଓକିଲଙ୍କ ସହାୟତାରେ ଏପରିକରିଥିବା ନେଇ ସିଆଇଡି ସନ୍ଦେହ କରୁଛି ।

ତେବେ ପୁରା ମାମଲା କିଛି ଏହିପରି । ଲାଲୁ ଶେଖ ନାମକ ଜଣେ ଅଭିଯୁକ୍ତ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ସେ ଏବେ ଜେଲର ଚାରିକାନ୍ଥ ଭିତରେ ଅଛି । ଲାଲୁର ପୁଅ ଲାବୁ ଶେଖ ଏହି ମାମଲାରେ ବାପାଙ୍କ ଜାମିନ କରିବା ପାଇଁ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନକଲ ହସ୍ତାକ୍ଷର ମାଧ୍ୟମରେ ଏକ ମିଛ ବେଲ ପେପର ପ୍ରସ୍ତୁତ କରିଥିଲା । ଏହା ପରେ ସେ ନିଜ ଦୋଷୀ ପିତାଙ୍କୁ ମୁକ୍ତ କରିବା ପାଇଁ ଏହି ମିଛ ବେଲ ଅର୍ଡର ସହ ପଶ୍ଚିମବଙ୍ଗର କାଣ୍ଡି ଜିଲ୍ଲା କୋର୍ଟରେ ଦ୍ବାରସ୍ଥ ହୋଇଥିଲା ।

ନିଜ ବାପାଙ୍କୁ ହାଇକୋର୍ଟରୁ ବେଲ ମିଳି ସାରିଥିବା ଦର୍ଶାଇ ସେ ତଳ କୋର୍ଟରେ ଆବେଦନ କରିଥିଲେ । ଏହି ସମୟରେ ସରକାରୀ ଓକିଲଙ୍କୁ ଏହି ବେଲ ଅର୍ଡର ନେଇ ସନ୍ଦେହ ହେବା ପରେ ସେ ଆଇନଗତ ଭାବେ ଏହାର ଅନୁମତି ପ୍ରକ୍ରିୟାକୁ ଯାଞ୍ଚ କରିଥିଲେ । ତେବେ ଉଚ୍ଚ ନ୍ୟାୟାଳୟରେ ଏହି ମାମଲାରେ କୌଣସି ବେଲ ଆବେଦନ ହୋଇନଥିବା ଜଣାପଡିଥିଲା । ସେହିପରି ବେଲ ଅର୍ଡରରେ ଥିବା ମୁଖ୍ୟ ବିଚାରପତିଙ୍କ ହସ୍ତାକ୍ଷର ମଧ୍ୟ ନକଲ କରାଯାଇଥିବା ସ୍ପଷ୍ଟ ହେବା ପରେ ତଳ କୋର୍ଟ ଏହି ମାମଲାକୁ ସିଆଇଡିକୁ ହସ୍ତାନ୍ତର କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ମୋଇତ୍ରା-ଥରୁର ଡିନର ଫଟୋ ଭାଇରାଲ, ବିଜେପିକୁ ଦାୟୀ କଲେ ମହୁଆ

ସିଆଇଡି ଏବେ ଅଭିଯୁକ୍ତ ଲାବୁ ଶେଖକୁ ଗିରଫ କରି ଜେରା କରୁଛି । ଏହି ସମସ୍ତ ଜାଲ ଦଲିଲ ପ୍ରସ୍ତୁତ କରିବାରେ ଅଭିଯୁକ୍ତ ଜଣେ ଆଇନଜୀବୀଙ୍କ ସାହାଯ୍ୟ ନେଇଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ତେବେ କେଉଁ କୋର୍ଟର ଓକିଲ ଏଥିରେ ଅଭିଯୁକ୍ତକୁ ସହଯୋଗ କରିଥିଲେ । ସେ କିପରି ମୁଖ୍ୟ ବିଚାରପତିଙ୍କ ହସ୍ତାକ୍ଷର ନକଲ କରିବାରେ ସକ୍ଷମ ହେଲେ ସେ ନେଇ ତଦନ୍ତ ଜାରି ରଖିଛି ସିଆଇଡି । ଖୁବଶିଘ୍ର ଏନେଇ ସମ୍ପୃକ୍ତ ଓକିଲଙ୍କୁ ମଧ୍ୟ ଗିରଫ କରାଯିବା ନେଇ ସିଆଇଡି ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details