ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଆରମ୍ଭ, ମତଦାନ ପୂର୍ବରୁ ହିଂସା - ମତଦାନ ପୂର୍ବରୁ ହିଂସା

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । 2 ଲକ୍ଷରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 5 କୋଟିରୁ ଅଧିକ ଭୋଟର। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 8, 2023, 8:58 AM IST

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ । କଡା ସୁରକ୍ଷା ମଧ୍ୟରେ ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । ବୁଥଗୁଡିକରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ନିର୍ବାଚନରେ ପ୍ରତିଦ୍ବନ୍ଦୀ କରୁଥିବା ମୋଟ 2 ଲକ୍ଷ 6ହଜାର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 5 କୋଟି 67 ଲକ୍ଷ ଭୋଟର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ 73, 887ଟି ଆସନ ପାଇଁ ମତଦାନ ଜାରି ରହିଛି । ଆସନ୍ତା ଜୁଲାଇ 11 ତାରିଖରେ ଭୋଟ ଗଣନା ହେବ । ରାଜନୈତିକ ଦୃଷ୍ଟିକୋଣରୁ ଚଳିତ ପଞ୍ଚାୟତ ନିର୍ବାଚନ ବେଶ ଗୁରୁତ୍ବ ବହନ କରୁଛି । କାରଣ ଆଗକୁ ଆସୁଛି 2024 ଲୋକସଭା ନିର୍ବାଚନ ।

ଅନ୍ୟପଟେ ଜୁନ 8 ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ରାଜ୍ୟରୁ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସା ଯୋଗୁଁ 15ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟର 22ଟି ଜିଲ୍ଲାରେ 63,229 ଗ୍ରାମ ପଞ୍ଚାୟତ , 9,730 ପଞ୍ଚାୟତ ସମିତି ଓ 928ଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଟିଏମସି 928ଟି ଜିଲ୍ଲା ପରିଷଦ ଆସନ ଓ 9,419ଟି ପଞ୍ଚାୟତ ସମିତି ଆସନରେ ପ୍ରତିଦ୍ବନ୍ଦୀ କରୁଛି । ସେହିପରି ବିଜେପି 897 ଜିଲ୍ଲା ପରିଷଦ ଆସନ ଓ 7,032 ପଞ୍ଚାୟତ ସମିତି ଆସନରେ ଲଢେଇ କରୁଛି । ସିପିଆଇ (ଏମ୍) 747 ଜିଲ୍ଲା ପରିଷଦ ଆସନ, 6,752 ପଞ୍ଚାୟତ ସମିତି ଆସନରେ ପ୍ରତିଦ୍ବନ୍ଦିତା କରୁଛି । କଂଗ୍ରେସ 644 ଜିଲ୍ଲା ପରିଷଦ ଆସନ, 2,197 ପଞ୍ଚାୟତ ସମିତି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ଏହା ମଧ୍ୟ ପଢନ୍ତୁ-Bengal Pre-Poll Violence: ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା

ପଞ୍ଚାୟତ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ମୁର୍ଶିଦାବାଦ ଜିଲ୍ଲାର ଶାମଶେରଗଞ୍ଜ ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏକ ଘରକୁ ଭାଙ୍ଗାରୁଜା କରାଯାଇଛି । ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପୂର୍ବରୁ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବୋମା ଏବଂ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ପୋଲିସ ଖବର ପାଇଥିଲା । କିନ୍ତୁ ସର୍ଚ୍ଚ ଅପରେସନ ପରେ ପୋଲିସକୁ କିଛି ବି ମିଳିନଥିଲା । ଜୁଲାଇ 1 ତାରିଖରେ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତକ ହେଲେ ଟିଏମସି କର୍ମୀ ଜିଆରୁଲ ମୋଲ୍ଲା । ଗୁଳିମାଡରେ ଗୁରୁତର ହୋଇ ସେ ରାସ୍ତାକଡରେ ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ABOUT THE AUTHOR

...view details