କୋଲକାତା:ପଶ୍ଚିମବଙ୍ଗରେ ଏଣିକି ରାଜ୍ୟ ବିଶ୍ବବିଦ୍ୟାଳୟର କୁଳାଧିପତି ପଦରୁ ହଟିବେ ରାଜ୍ୟପାଳ । ରାଜ୍ୟ ବିଶ୍ବବିଦ୍ୟାଳୟରେ ରାଜ୍ୟପାଳ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ କୁଳାଧିପତି (Chancellor of the State Universities) ରହିବେ । ଆଜି (ଗୁରୁବାର) ମମତା କ୍ୟାବିନେଟରେ ଏସମ୍ପର୍କିିତ ଏକ ପ୍ରସ୍ତାବ ପାରିତ ହେବା ପରେ ଖୁବ ଶୀଘ୍ର ଏହି ବିଧେୟକ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବାକୁ ଯାଉଥିବା ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଜି ଏସମ୍ପର୍କିକ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବାସୁ କହିଛନ୍ତି, ରାଜ୍ୟ ବିଶ୍ବବିଦ୍ୟାଳୟରେ କୁଳାଧିପତି ଭାବେ ରଜ୍ୟପାଳଙ୍କ କ୍ଷମତା ଆଉ ରହିବ ନାହିଁ । ଏହି କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଅଧୀନକୁ ଆସିବାକୁ ଯାଉଛି । ଆଜି କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ଏହି ପ୍ରସ୍ତାବ ବିଧାନସଭା ଗୃହରେ ମଧ୍ୟ ସରକାରୀ ଦଳ ଆଗତ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି ।